ସୁବର୍ଣ୍ଣପୁର,୦୬ /୧୨ :- ସୋନପୁର ସଦର ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ସତ୍ୟ ବାବା ପୀଠ ଗୀତା କ୍ଷେତ୍ର ଠାରେ ଦୁଇ ଦିନ ଧରି ଷଷ୍ଠ ତମ ବାର୍ଷିକ ଯଜ୍ଞ ମହୋତ୍ସବ ଓ ରାଜ୍ୟସ୍ତରୀୟ ଗୀତା ଜୟନ୍ତୀ ସମାରୋହ ପାଳିତ ହୋଇଛି। ସତ୍ୟ ବାବା ପୀଠ ଗୀତା କ୍ଷେତ୍ର ଆଞ୍ଚଳିକ ପରିଚାଳନା କମିଟି ର ସଭାପତି ଶ୍ରୀ କରମଚାନ୍ଦ ମହାନ୍ତି ସଭା ପରିଚାଳନା କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ଃ ନୃପରାଜ ସାହୁ ଯୋଗ ଦେଇ ମାନବ ସମାଜ ପ୍ରତି ଶ୍ରୀମଦ୍ ଭଗବତ ଗୀତା ଜ୍ଞାନ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । କେବଳ ଗୀତା ଜ୍ଞାନ ମାଧ୍ୟମରେ ମୋହ ଗ୍ରସ୍ଥ, ପଥଭ୍ରଷ୍ଟ,ତଥା ଦୁଃଖୀ ମାନବ ଜାତିର କଲ୍ୟାଣ ସମ୍ଭବ ବୋଳି ମହନ୍ତ ଶ୍ରୀ କ୍ଷେତ୍ରବାସୀ ଦାସ ବକ୍ତବ୍ୟ ରଖିଥିଲେ। ସାଧୁ ,ସନ୍ଥ ସମାଜ ଦ୍ୱାରା ଗୀତା ପ୍ରବଚନ ମାଧ୍ୟମରେ କିପରି ଜନ ସାଧାରଣ ଙ୍କ ନିକଟକୁ ଗୀତା ଜ୍ଞାନ ପ୍ରଚାର ସମ୍ଭବ ସେ ଦିଗରେ ମତ ରଖିଥିଲେ ପଣ୍ଡିତ ପ୍ରଫୁଲ୍ଲ ପଧାନ, ପଣ୍ଡିତ ମଧୁସୂଦନ ଭୋଇ, ପଣ୍ଡିତ ସଦାନନ୍ଦ ପୁଟେଳ,ପଣ୍ଡିତ ରଘୁନାଥ ସାହୁ ତଥା ଗୀତା କ୍ଷେତ୍ର ର ସମସ୍ତ ପ୍ରବଚକ ବୃନ୍ଦ । ସମ୍ପାଦକ ଶ୍ରୀ ସୁବ୍ରତ ନାଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆବାହକ ଶ୍ରୀ ଭୁବନେଶ୍ବର ସାହୁ ଗୀତା ର ପ୍ରତ୍ୟେକ ପଙକ୍ତି ବିଶ୍ୱର ଶମଗ୍ର ମାନବ ଜାତି ପାଇଁ ଉଦ୍ଦିଷ୍ଟ, ଉପକାରୀ ଓ ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ। ସତ୍ୟ ବାବା ପୀଠ ଗୀତା କ୍ଷେତ୍ରର ଏହି ବାର୍ଷିକ ଯଜ୍ଞ ମହୋତ୍ସବ ରେ ସମ୍ପୂର୍ଣ୍ଣ ଗୀତା ଶ୍ଳୋକ କୁ ଘୃତ ଯଜ୍ଞ ଆହୁତି, ଗୀତା ଆଲୋଚନା ଚକ୍ର, ପ୍ରବଚନ, ଭଜନ ,ପ୍ରସାଦ ସେବନ, ଗୀତା ପୁସ୍ତକ ଦାନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯାଜ୍ଞିକ ଭାବରେ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ ମିଶ୍ର, ଆଚାର୍ଯ୍ୟ ଶ୍ରୀ ଆନନ୍ଦ ମିଶ୍ର ,ଆଚାର୍ଯ୍ୟ ଶ୍ରୀ ବାଳୁକେଶ୍ୱର ଦାସ, ମହନ୍ତ ଶ୍ରୀ କ୍ଷେତ୍ରବାସୀ ଦାସ, ବାବା ବିଦୁର ଦାସ ଯୋଗଦାନ କରିଥିଲେ। ଯଜ୍ଞ କର୍ତ୍ତା ଭାବରେ ଶ୍ରୀ ପ୍ରଶାନ୍ତ କୁମାର ସେଠୀ ଓ ସମୀକ୍ଷା ମଞ୍ଜରୀ ଦେବି, ଶ୍ରୀ ସ୍ୱାଧୀନ ଭୋଇ ଓ କଳ୍ପନା ଦେବୀ, ଶ୍ରୀ ଶିବୁ ପୁଟେଲ ଓ ସ୍ମୃତି ଦେବୀ , ଶ୍ରୀ ଦୁର୍ଯ୍ୟୋଧନ ଆଡଜୁଆଡି ଓ ତେଯସ୍ୱୀନୀ ଦେବୀ, ଶ୍ରୀ ପ୍ରତାପ ମହାକୁର ଓ ଡୁଳେଶ୍ୱରୀ ଦେବୀ, ଶ୍ରୀ ସୂର୍ଯ୍ୟନାରାୟଣ ସାହୁ ଓ ସିତା ଦେବୀ ଯୋଗ ଦେଇଥିଲେ। ପ୍ରବଚନ ଓ ସଙ୍ଗୀତ ରେ ସହଯୋଗ କରିଥିଲେ ଲଳିତ ସେଠୀ, ନନ୍ଦ ମହାକୁର, ବୈଶାଖୁ ସାହୁ, ବସୁଦେବ ସେଠୀ,ମାରୁତି ଭଜନାଶ୍ରମ ର ସନ୍ଥ ଶ୍ରୀ ଶ୍ୟାମଜୀ ଦାସ,ପଣ୍ଡିତ ଶ୍ରୀ ଲକ୍ଷ୍ମଣ ମେହେର, ପଣ୍ଡିତ ଶ୍ରୀ ଅଭିମନ୍ୟୁ ସାହୁ, ପଣ୍ଡିତ ଶ୍ରୀ ଜଳନ୍ଧର ସାହୁ, ପଣ୍ଡିତ ଶ୍ରୀ ମାଗିଖିଆ ମେହେର ।ଆବାହକ ଶ୍ରୀ ଚ୍ୟୈତନ୍ୟ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।ସହ ସମ୍ପାଦକ ଶ୍ରୀ କୁଶଳେଶ୍ୱର ପୁଟେଳ କୋଷାଧ୍ୟକ୍ଷ ଶ୍ରୀ ଚୈତନ୍ୟ ଭୋଇ ତଥା ଆଞ୍ଚଳିକ କମିଟି ର ସମସ୍ତ କର୍ମକର୍ତ୍ତା ଓ ଭକ୍ତ ଗଣ ସହଯୋଗ କରିଥିଲେ।
ସତ୍ୟବାବା ପୀଠ ଗୀତା କ୍ଷେତ୍ରରେ ବାର୍ଷିକ ଉତ୍ସବ ଓ ଗୀତା ଜୟନ୍ତୀ ସମାରୋହ ପାଳିତ
Saturday, December 06, 2025
0

Tags