ବଙ୍ଗୋମୁଣ୍ଡା, (୨୯।୧୨ ନ୍ୟୁଜ ବ୍ୟୁରୋ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଶୁର୍ଲା ଗ୍ରାମରେ ଚାଲିଥିବା ଦ୍ଵିତୀୟ ଅଶୁର୍ଲା କ୍ରିକେଟ ପ୍ରିମିୟର ଲିଗ ଉଦଯାପିତ ହୋଇଯାଇଛି ।ଏହି ପ୍ରିମିୟର ଲିଗ ରେ ଗ୍ୟାମ ଚେଞ୍ଜର, ପାୱାର ହିଟର, ସୁପର କିଙ୍ଗ, ରାଇଜିଙ୍ଗ ଷ୍ଟାର ମୋଟ ୪ ଗୋଟି ଦଳ ଭାଗ ନେଇଥିବା ବେଳେ ଗ୍ୟାମ ଚେଞ୍ଜର, ପାୱାର ହିଟର ଦଳ ଫାଇନାଲ୍ ରେ ଉତ୍ତୀର୍ଣ୍ଣ ହୋଇଥିଲା । ପ୍ରଥମେ ବ୍ୟାଟିଂ ଗ୍ୟାମ ଚେଞ୍ଜର ଦଳ ୧୦ ଓଭର ରେ ୪ ଉଇକେଟ ହରାଇ ୧୩୫ ରନ ସଂଗ୍ରହ କରିଥିଲା ଜବାବ ରେ ପାୱାର ହିଟର ଦଳ ୧୦ ଓଭର ୯ ଉଇକେଟ ହରାଇ ୮୪ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ଅଶୋକ ବାଗ ଓ ମୁନା ସାହୁ ଖେଳ ପରିଚାଳନା କରିଥିଲେ । ଆୟୋଜିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କପିଲାଭଟା ମାଁ ସାହାଜି ଯୁବକ ସଂଘ ର ସଂଯୋଜକ ପୃଥିରାଜ ବାଗ, ସମ୍ମାନୀୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ,ଆଇନଜୀବୀ ସୁଧାଂଶୁ ଦାସ, ଆଇନଜୀବୀ ପ୍ରକାଶ ନାଗ, ଶଶିକପୁର ମହାନନ୍ଦ, ଉତ୍ତର ତାଣ୍ଡି,ପଣ୍ଡିତ ସାହୁ, ପରମାନନ୍ଦ ଛତ୍ରିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ। ଏଥିରେ ଆୟୋଜକ କମିଟି ର କୁନା ସାହୁ, ଦୁଷ୍ମନ୍ତ ଦାସ, ରିଙ୍କୁ ସାହୁ, ଧର୍ମେନ୍ଦ୍ର ଦାସ, ଚୈତନ୍ୟ ମହାନନ୍ଦ, ସଗରିଆ ପ୍ରମୁଖ ଙ୍କ ସହ ଆୟୋଜକ କମିଟି ର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।
ଅଶୁର୍ଲା କ୍ରିକେଟ ପ୍ରିମିୟର ଲିଗ- ଗ୍ୟାମ ଚେଞ୍ଜର ଚାମ୍ପିଆନ
Monday, December 29, 2025
0