ବୀରମହାରାଜପୁର, ୪/୧୨ (ଚୈତନ୍ୟ ଭୁକ୍ତା) : ବୀରମହାରାଜପୁର ଅଞ୍ଚଳରେ ପାରଦ ତଳମୁହାଁ ହେବା ଯୋଗୁଁ ଘନ କୁହୁଡ଼ି ସହ ପ୍ରବଳ ଶୀତ ଅନୁଭୂତ ହେଉଛି। ଫଲରେ ଘରୁ ବାହାରକୁ ବାହାରି ହେଉ ନାହିଁ। କୁହୁଡ଼ି ଘନତା ଏତେ ଅଧିକ ଯେ, ଭୋର୍ ସମୟରୁ ଦିନ ୧୦ ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଦେଖା ମିଳୁନି। ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାତିରୁ ପୂର୍ବାହ୍ଣ ୧୦ ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗିରହୁଥିବାରୁ ଘରୁ ବାହାରକୁ ବାହାରି ହେଉନାହିଁ । କୁହୁଡି ଯୋଗୁଁ ରାସ୍ତାରେ ଯାଉଥିବା ଯାନବାହନ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ଆଗକୁ ୩୦ ମିଟର ମଧ୍ୟ ଦିଶୁନାହିଁ। ଫଳରେ ଗାଡ଼ିଗୁଡିକ ଲାଇଟ୍ ଜଳାଇ ଯାଉଛନ୍ତି। ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରି ତଳକୁ ରହୁଥିବା ବେଳେ ଦିନରେ୨୫ ଡିଗ୍ରି ରହୁଛି। ଶୀତ ଯୋଗୁଁ ସନ୍ଧ୍ୟା ୭ଟା ହେଲେ ରାସ୍ତା ଶୂନଶାନ ହୋଇଯାଉଛି। ସକାଳୁ ବାଇକ୍ କିମ୍ବା ସକାଳ ଭ୍ରମଣରେ ଯାଉଥିବା ଲୋକଙ୍କ କୁହୁଡ଼ି ଯୋଗୁଁ ଶୀତ ବସ୍ତ୍ର ଓଦା ହୋଇଯାଉଛି। ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ଗ୍ରାମାଞ୍ଚଳର ବିଭିନ୍ନ ଛକରେ ନିଆଁ ପୋଉଁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।
ଘନ କୁହୁଡ଼ି, ଶୀତରେ ଜନଜୀବନ ଅସ୍ତବ୍ୟସ୍ତ
Thursday, December 04, 2025
0

Tags