୩୨ତମ ଅମରପାଲି କ୍ରିକେଟ କପ୍ ; ସେମିଫାଇନାଲ ରେ ତେଲିପାଲି

ଆଜତକ ଓଡ଼ିଶା
0

ବୀରମହାରାଜପୁର ୪/୧୨ (ଚୈତନ୍ୟ ଭୁକ୍ତା) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ହେଉଥିବା ୩୨ ତମ ଅମରପାଲି କ୍ରିକେଟ କପ୍ ର ଗୁରୁବାର ଥିଲା ଦ୍ଵିତୀୟ ଦିବସ। ଗୁରୁବାର ପ୍ରଥମ ମ୍ୟାଚ୍ ଟି ତେଲିପାଲି ଓ କେନ୍ଦୁପାଲି ମଧ୍ୟରେ ହୋଇଥିଲା। ଏଥିରେ କେନ୍ଦୁପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୩ ଉଇକେଟ ହରାଇ ୮୮ ରନ କରିଥିଲା। ଜବାବରେ ତେଲିପାଲି ଦଳ ଆବଶ୍ୟକୀୟ୮୯ ରନ କୁ ୭.୪ ଓଭର ରେ ୫ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ରେ ତେଲିପାଲି ର ଆକାଶ ସାହୁ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଘୋଷଣା କରାଯାଇଥିଲା। ଦ୍ଵିତୀୟ ମ୍ୟାଚ୍ ଟି ହଳଦୀନାଲି ( ରେଢାଖୋଲ) ଓ ଗରଗଡବାହାଲ (ସୋନପୁର) ମଧ୍ୟରେ ହୋଇଥିଲା। ଏଥିରେ ହଳଦୀନାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୯୭ ରନ କରିଥିଲା। ଜବାବରେ ଗରଗଡବାହାଲ ଦଳ ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୭୫ ରନ କରି ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ପାଇଁ ହଳଦୀନାଲି ର ଆଇଏସପିଏଲ ଅଣ୍ଡର -୧୯ ରେ ଚୟନ ହୋଇଥିବା ଆୟୁଷ ଛେତ୍ରୀ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଘୋଷଣା କରାଯାଇଥିଲା। ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ତେଲିପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ହଳଦୀନାଲି ମଧ୍ୟରେ ହୋଇଥିଲା। ଏଥିରେ ହଳଦୀନାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୬ ଉଇକେଟ ହରାଇ ୧୦୦ ରନ କରିଥିଲା। ଜବାବରେ ତେଲିପାଲି ଦଳ ଆବଶ୍ୟକୀୟ ୧୦୧ ରନ କୁ ୭.୫ ଓଭର ରେ ୪ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି। ପୀତାମ୍ବର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତାରଣୀ ଉତ୍ସବରେ ଭାଜପା ସୁବଳୟା ମଣ୍ଡଳ ସଭାପତି ଅଶୋକ କୁମାର ସାହୁ,ଆୟୋଜକ ସଭାପତି ବିମ୍ବାଧର ସାହୁ ଓ ବିଶିଷ୍ଟ ବ୍ୟବସାୟୀ ପ୍ରହଲ୍ଲାଦ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ତେଲିପାଲି ର ବିଷ୍ଣୁ ନାଏକ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ ଗୁଡିକରେ ରଘୁବୀର ମିଶ୍ର,ସୁରେଶ ବିଶି, ତଥାଗତ ସାହୁ ଓ ସମ୍ବିତ ମାଝୀ ଅମ୍ପାୟାର,ଶୁଭେନ୍ଦୁ ଶେଖର ସାହୁ ,ବନମାଳୀ ଗୌନ୍ତିଆ ସ୍କୋରିଙ୍ଗ,ସବ୍ୟସାଚୀ ବଘାର ଅନଲାଇନ ସ୍କୋରିଙ୍ଗ ଏବଂ ନିହାର ରଞ୍ଜନ ସାହୁ ଓ ପୀତାମ୍ବର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default