ସୁବଳୟା ପି.ଏମ. ଶ୍ରୀ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ
Wednesday, December 03, 2025
0
ବୀରମହାରାଜପୁର, ୩/୧୨ : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ପୁର ବ୍ଲକ ଅଧୀନସ୍ଥ ସୁବଳୟା ପି.ଏମ. ଶ୍ରୀ ଉଚ୍ଚ ବିଦ୍ୟାଳୟରେ ଆଜି ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଅଜୟ ଲୁହା ଯୋଗଦେଇ ଉଦଘାଟନ କରିଥିଲେ। ସଭାର ମୁଖ୍ୟ ବକ୍ତା ଭାବରେ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର, ସୁବିଧା ଓ ସାମାଜିକ ସମାବେଶ ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥିମାନେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣଲତା ବେହେରା, ଏବଂ ସୁବଳୟା ସି.ଆର୍.ସି.ସି. ମୋନାଲିସା ନନ୍ଦ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସି.ଆର୍.ସି.ସି. ବିନୟ ବିଶ୍ୱାଳ ସଂଯୋଜନା କରିଥିଲେ। ଦିବସ ଅବସରରେ ଭିନ୍ନକ୍ଷମ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଓ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।
Tags

