ଚଳନା ମୁଣ୍ଡପଡା ଠାରେ ୨୩ ତମ ମହାଲଷ୍ମୀ ପୂଜା ଅନୁଷ୍ଠିତ

ଆଜତକ ଓଡ଼ିଶା
0

ସିନାପାଲି (ପରମେଶ୍ଵର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଳନା ମୁଣ୍ଡପଡା ଠାରେ ୨୩ ତମ ମହାଲକ୍ଷ୍ମୀ ପୂଜା ର କଳସ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କଳସ ଯାତ୍ରାରେ ଗ୍ରାମର ଶତାଧିକ ମା ଭଉଣୀ ଭାଗ ନେଇ ସ୍ଥାନୀୟ ପୋଖରୀ ରୁ କଳସ ରେ ପାଣି ଭରି ପୂର୍ଣ୍ଣ କଳସ ଟି କୁ ନେଇ ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ। ସଙ୍କୀର୍ତ୍ତନ ଦଳ ର ନାଚ ଗୀତ ଘଣ୍ଟ ଶଙ୍ଖ ଓ ହୁଳହୁଳି ଶବ୍ଦରେ ଗ୍ରାମରେ ଆନନ୍ଦ ଉଲ୍ଲାସରେ ଭରିଉଠିଥିଲା। ଉକ୍ତ ପୂଜା ତା:୨/୧୨/୨୫ ମଙ୍ଗଳବାର ଦିନ ଠାରୁ ତା:୦୫/୧୨/୨୫ ଶୁକ୍ରବାର ଦିନ ପର୍ଯ୍ୟନ୍ତ ଚାଲିରହିବ। ପୂଜା ର କର୍ତ୍ତା ଭାବରେ ଶ୍ରୀଯୁକ୍ତ ତ୍ରିନାଥ କଛିଆ ଓ ତାଙ୍କ ଧର୍ମପନ୍ତ୍ରୀ ଶ୍ରୀମତୀ ଯଶୋବନ୍ତି ବାରିକ ଦାୟିତ୍ବ ତୁଲାଇଥିବା ବେଳେ ପୂଜକ ଶ୍ରୀଯୁକ୍ତ ତୁଳସୀ ପ୍ରସାଦ ହୋତା ଓ ତାଙ୍କ ସହଯୋଗି ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ଙ୍କ ରିତି ନିତି ପୂଜା ସହ ସୁନ୍ଦର ଭାବରେ ପୂଜାର୍ଚ୍ଚନା କରି ପୂଜା ଟି କୁ ଆଗେଇ ନେଇଛନ୍ତି। ଆଖ ପାଖ ଅଞ୍ଚଳରୁ ସହ ସହ ଭକ୍ତ ମାନେ ଆସି ମା ଜଗତ ଜନନୀ ମହା ଲକ୍ଷ୍ମୀଙ୍କ ସନ୍ଧ୍ୟା ଆଳତି ଦର୍ଶନ କରିବା ସହ ପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କରିଥାନ୍ତି। ପୂଜାରେ ମହା ଲକ୍ଷ୍ମୀ ପୂଜା କମିଟି ର ସଭାପତି ଶ୍ରୀଯୁକ୍ତ.ଶିବପ୍ରସାଦ ମୁଣ୍ଡ ଓ ସମ୍ପାଦକ ଭାବରେ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା. ଦାୟିତ୍ୱ ନେଇଥିବା ବେଳେ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସହଯୋଗ ରହିଛି। ପ୍ରତ୍ୟେକ ରାତ୍ରରେ ମନୋରଞ୍ଜନ କାର୍ଯ୍ୟକ୍ରମ ରଖାଯାଇଥିବା କମିଟି ପକ୍ଷରୁ ସୁଚନା ମିଳିଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default