କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା ନ୍ୟୁଜ ବ୍ୟୁରୋ) କଣ୍ଟାବାଞ୍ଜି ସହରର ବିକାଶ, ଦିନକୁ ଦିନ ବଢ଼ୁଥିବା ଟ୍ରାଫିକ ସମସ୍ୟା ଓ ମୁନିସିପାଲଟି ଗଠନକୁ ନେଇ ସହରରେ ତିବ୍ର ଚର୍ଚ୍ଚା ଚାଲିଆସୁଛି। ବିଶେଷକରି ‘କଣ୍ଟାବାଞ୍ଜି ବିକାଶ’ WhatsApp ଗ୍ରୁପ୍ ମାଧ୍ୟମରେ ସହରବାସୀଙ୍କ ମତାମତ, ଅଭିଯୋଗ ଓ ପ୍ରସ୍ତାବଗୁଡ଼ିକ ପ୍ରତିଦିନ ସାମ୍ନାକୁ ଆସୁଛି। ଷୋମବାର ଦିନ ୩ଟା ସମୟରେ WhatsApp ଗ୍ରୁପ୍ରେ ସହର ବିକାଶ ଓ ଟ୍ରାଫିକ ନିୟନ୍ତ୍ରଣକୁ ନେଇ ତିବ୍ର ଆଲୋଚନା ଚାଲୁଥିବାବେଳେ, ବିଧାନସଭାରୁ ସନ୍ଧ୍ୟା ୫ଟାରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା କଣ୍ଟାବାଞ୍ଜି ବିକାଶ ବିଷୟରେ ଉଠାଇଥିବା ପ୍ରଶ୍ନ ସୂଚନା ଆସି ପହଞ୍ଚିଲା। ଏହି ସଯୋଗଘଟଣାରୁ ସହରବାସୀଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ ଓ ଆନନ୍ଦ ଦୁଇଟି ଭାବନା ଦେଖାଯାଇଛି। ସହରର ରାସ୍ତା, ଯାତାୟାତ ସମସ୍ୟା, ଅବ୍ୟବସ୍ଥିତ ପାର୍କିଂ ଏବଂ ମୁନିସିପାଲଟି ଦାବି ସହିତ ବିଭିନ୍ନ ମୁଦ୍ଦା ଗ୍ରୁପ୍ରେ ଦିନ ସାରା ଚର୍ଚ୍ଚା ହୋଇଆସୁଛି। ସହର ସଫା–ସୁତୁରା ରଖିବାରେ ମଧ୍ୟ ଏହି ଗ୍ରୁପ୍ ଏକ ବଡ଼ ଭୂମିକା ନେଉଛି। ଅସୁଥା ସ୍ଥାନର ଫଟୋ ପୋଷ୍ଟ ହେଲେ, ପରବର୍ତ୍ତୀ ଦିନ ତତ୍କ୍ଷଣାତ୍ ସେହି ସ୍ଥାନରେ ସଫାସୁଥିବା କାମ ହେଉଛି। WhatsApp ଗ୍ରୁପ୍ ମାଧ୍ୟମରେ ଲୋକଙ୍କ ସକ୍ରିୟ ସହଭାଗିତା ଓ ପ୍ରଶାସନର ଦୃତ ପ୍ରତିକ୍ରିୟା ସହରବାସୀଙ୍କ ମଧ୍ୟରେ ନୂଆ ଆଶା ଜନ୍ମ ଦେଇଛି। ବିଧାନସଭାରେ କଣ୍ଟାବାଞ୍ଜି ବିକାଶ ବିଷୟରେ ପ୍ରଶ୍ନ ଉଠିବା ଏହି ଆଲୋଚନାକୁ ଆଉ ଗୁରୁତ୍ୱ ଦେଇଛି।




