କେଡେ ଯେ ଅପରୂପ ବେଶ
ମୁଁ ଅଳସୀ ହୋଇ ଆସିଲେ ଯେ କ୍ଷେତେ
ଶୀତର ହୁଅଇ ପ୍ରବେଶ ।।
ମୋତେ ଦେଖି ଜମନ୍ତି ଯେ ପର୍ଯ୍ୟଟକ
କାହିଁ କେଉଁ ଅପୂର୍ଵ ଭିଡ଼
କୁହୁଡି ଚାଦରେ ଶୀତୁଆ ସକାଳ
ସବୁଜିମା ପାହାଡ଼ ହିଡ଼ ।।
ମୋ କୋରାପୁଟ ଓଡିଶାର ଭୂସ୍ବର୍ଗ
ଓଡିଶାର ପୁଣି କାଶ୍ମୀର
କୁହୁଡି ସାଥେ ଅଳସୀ ଫୁଲ ମହେ
ଭାସି ଉଠେ କବିଙ୍କ ସ୍ୱର ।।
ପ୍ରକୃତି ରାଣୀ ପିନ୍ଧେ ସୁନା ଓଢଣୀ
କବି ପ୍ରାଣ ଜାଗ୍ରତ ଉଠେ
ଲେଖନୀ ମୂନ ହୋଇ ଉଠେ ଯେ ଶକ୍ତ
ସୁର ଭାସେ ଯେ ଏଇ କଣ୍ଠେ ।।
ସକାଳ ଭ୍ରମଣେ ଶୀତବସ୍ତ୍ର ପିନ୍ଧି
ବ୍ୟାୟାମ ଶାଳେ ଭିଡ଼ ଜମେ
ଶୀତକୁ ଖାତିର ନ କରି ଶ୍ରମିକ
ବାହୁଡ଼ି ଚାଲେ ଯେ ସ୍ଵକର୍ମେ ।।
*ତ୍ରିନାଥ ପଟ୍ଟନାୟକ*
*ଯୁବ ଇଂରାଜୀ ଅଧ୍ୟାପକ ତଥା କବି*
*ଶୈଳବାଳା ଇନ୍ସିଟ୍ୟୁଟ୍ ଅଫ୍ ନର୍ସିଂ ଏଣ୍ଡ୍ ମେଡିକାଲ୍ ସାଇନ୍ସ୍*
*ଜିଲ୍ଲା: କୋରାପୁଟ*
*ମୋ:୮୯୧୭୩୧୯୩୭୭*

