ବଲାଙ୍ଗୀର, ତା.୦୨/୧୨ (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଅଛି। ପ୍ରଧାନ ଶିକ୍ଷକ ରାମ ନାରାୟଣ ଦାଶଙ୍କ ସଭାପତିତ୍ବରେ ପ୍ରଥମେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ସି.ଆର୍.ସି.ସି ଟିକେଶ୍ଵର ଭୋଇ, ସୁଲିଆମାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅନନ୍ତ ବଗର୍ତ୍ତୀ ଓ ସାଲେଦମକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କରୁଣାକର ସାହୁ ଯୋଗ ଦେଇଥିଲେ। ଅତିଥିଗଣ ନିଜ ଅଭିଭାଷଣରେ ଏଡସ୍ ଓ ଏଚ୍.ଆଇ.ଭି ବିଷୟରେ "ଆମେ ଜାଣିଲେ ଜିଣିବା" ବୋଲି ମତ ରଖିଥିଲେ। ବିଦ୍ୟାଳୟରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ କୃପାସିନ୍ଧୁ ମିଶ୍ର, ଲିଙ୍ଗରାଜ ନନ୍ଦ, ଦୀପକ ସେନ ଧରୁଆ, ମନରଞ୍ଜନ ପରିଡ଼ା ପ୍ରମୁଖ ଏଡସ୍ ରୋଗର କାରଣ, ନିରାକରଣ ଓ ଏହି ବର୍ଷର ବିଷୟବସ୍ତୁ 'ବାଧା ଦୂର କରିବା, ଏଡସ୍ ପ୍ରତିକ୍ରିୟାକୁ ରୂପାନ୍ତରିତ କରିବା' ଉପରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଏକ ମାନବ ଶୃଙ୍ଖଳ ଗଠନ କରାଯାଇ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ କାନ୍ତି ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ତପସ୍ଵିନୀ ପଟେଲ, ଶିକ୍ଷକ ସୁଦର୍ଶନ ଦାଶ, ସମୀର ସେଠି, ଅବିନାଶ ଭୋଇ, ହିମାଂଶୁ ବିଶ୍ଵାଳ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ।
ଏଡସ୍ ସଚେତନତା ପାଇଁ ମାନବ ଶୃଙ୍ଖଳ
Monday, December 01, 2025
0

Tags