ମାଁ ସାହାଜି ଯୁବକ ସଂଘ ରୋପ୍ୟ ଜୟନ୍ତୀ ସମାରୋହ - ଗାଁ,ସମାଜ ଓ ଦେଶ ଗଠନ କରିବା ରେ ଯୁବକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଆଜତକ ଓଡ଼ିଶା
0

ବଙ୍ଗୋମୁଣ୍ଡା,୧୯।୧୨- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜି ଯୁବକ ସଂଘ କପିଲାଭଟା ର ୨୫ ବର୍ଷ ପୂର୍ତ୍ତି ଅବସର ରେ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ସାହାଜିକଟେନ ଙ୍କ ପୀଠ ରୁ ମଶାଲ ଆଣି କାର୍ଯ୍ୟକ୍ରମ ସ୍ଥଳରେ ସ୍ଥାପନ କରାଯାଇଥିଲା । ମାଁ ସମଲେଶ୍ବରୀ ଙ୍କ ଫଟୋ ଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ ରୋପ୍ୟ ଜୟନ୍ତୀ ସମାରୋହ ର ସାଧାରଣ ସଭାରେ ମାଁ ସାହାଜି ଯୁବକ ସଂଘ ର ସଭାପତି ଜିତାମିତ୍ର ବିଶି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କ ବଡ଼ଭାଇ ପୁରନ୍ଦର ବାଗ,ମୁଖ୍ୟବକ୍ତା ଭାବେ କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ତଥା ବିଶିଷ୍ଟ ଲେଖକ ସଞ୍ଜୟ ମିଶ୍ର,ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ଅଜିତ କୁମାର ଯୋଶୀ,ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଡ଼,କପିଲାଭଟା ସରପଞ୍ଚ ତୁଳସେ ଭୋଇ,ସମିତି ସଭ୍ୟ କେଦାର ଭୋଇ ,ବଲାଙ୍ଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ଉପ ସଭାପତି ଅଶୋକ ନାରାୟଣ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗତ ୨୫ ବର୍ଷ ଧରି ସଂଘ ଗାଁର ସର୍ବାଙ୍ଗୀନ ଉନ୍ନତି କୁ ଲକ୍ଷ କରି ଶିକ୍ଷା ର ପ୍ରଚାର ପ୍ରସାର, ସ୍ୱାସ୍ଥ୍ୟ ସଚେତନତା, ବୃକ୍ଷରୋପଣ,ଗ୍ରାମ ପରିମଳ ଓ ସଫା ସୁତୁରା, ମଦ ନିବାରଣ ଗ୍ରାମର ରାସ୍ତା ,ଘାଟ ଓ ସାମୁହିକ ସ୍ଥଳୀ ସଫା କରି ଅନେକ ମୂଲ୍ୟବୋଧ ମୂଳକ କାର୍ଯ୍ୟ କୁ ଅତିଥି ମାନେ ପ୍ରଶଂସା କରିଥିଲେ। ଗାଁ,ସମାଜ ଓ ଦେଶ ଗଠନ କରିବାରେ ଯୁବକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସମ୍ପାଦକ ହୁଲେଶ୍ୱର ହଂସ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ।

ଏହି ଅବସର ରେ କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକ,କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ବିଶ୍ୱାଳ,କପିଲାଭଟା ଅଙ୍ଗନବାଡ଼ି କର୍ମୀ ପ୍ରିୟା ବାଗ,କପିଲାଭଟା ଆଶା କର୍ମୀ ସଂଗୀତା ବନଛୋର,କପିଲାଭଟା ଗ୍ରାପ ର ଏମବିକେ ଭୁଜଙ୍ଗିନୀ ହଂସ,କପିଲାଭଟା ଗ୍ରାମ ର ସିଆରପି ଇନ୍ଦୁମତି ହଂସ ଙ୍କୁ ମାନପତ୍ର ଓ ଉପଢୋଉକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଙ୍କ ପକ୍ଷରୁ ଦକ୍ଷିଣ ସାହି ଛଉ ନୃତ୍ୟୁ ପ୍ରତିଷ୍ଠାନ ଭୁରକୁଣ୍ଡି ମୟୁରଭଞ୍ଜ ରୁ ଆସି ଥିବା କଳାକାର ଙ୍କ ଛଉ ନୃତ୍ୟୁ ପରିବେଷଣ ହୋଇଥିଲା । ବିଭିନ୍ନ ଅନୁଷ୍ଠାନ ଗୁଡିକ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଲୋକ ମାନେ ଦର୍ଶକ ମାନେ ଉପଭୋଗ କରିଥିଲେ । ଏଥିରେ ସହ ସମ୍ପାଦକ ସୁନୀଲ କୁମାର ବିଶି, ଅଶୋକ କୁମାର ବିଶି, ପରମାନନ୍ଦ ଛତ୍ରିଆ,ରଜତ କୁମାର ବିଶି, ବିକାଶ ହଂସ, ଦେବାଶିଷ ବିଶି, ଶୁଭାଶିଷ ବିଶି,ଚନ୍ଦ୍ରଶେଖର ବିଶି,ସମୀର ବିଶି, ରଶ୍ମିରଞ୍ଜନ ହଂସ, ଲୋକନାଥ ହଂସ,ଯଶପାଲ ହଂସ,ରଞ୍ଜନ ହଂସ,ସୁରେନ୍ଦ୍ର ବିଶି ପ୍ରମୁଖ ଙ୍କ ସହ ଯୁବକ ସଂଘ ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default