କଣ୍ଟାବାଞ୍ଜି : (ନ୍ୟୁଜ ବ୍ୟୁରୋ) କଣ୍ଟାବାଞ୍ଜି ସହରର ଜଗନ୍ନାଥ ମନ୍ଦିର ଠାରୁ ବଙ୍ଗୋମୁଣ୍ଡା ଫାଟକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଡ୍ରେନକୁ ପ୍ରଶାସନ ପକ୍ଷରୁ ଏକ ବର୍ଷ ପୂର୍ବରୁ ଭାଙ୍ଗି ଦିଆଯାଇଥିଲେ ମଧ୍ୟ, ଦୀର୍ଘ ସମୟ ଧରି ପୁନର୍ନିର୍ମାଣ କାମ ଆରମ୍ଭ ହୋଇନଥିଲା। ଫଳରେ ସ୍ଥାନୀୟ ଦୁକାନଦାର ଓ ସାଧାରଣ ଲୋକେ ଦୁର୍ଭୋଗ ଭୋଗୁଥିଲେ। ଏହି ସମସ୍ୟାକୁ ନେଇ ପୂର୍ବରୁ କଣ୍ଟାବାଞ୍ଜି ବିକାଶ ଗ୍ରୁପରେ ଡ୍ରେନର ଫଟୋ ସହ ଅଭିଯୋଗ ଛାଡ଼ାଯାଇଥିଲା। ଦୀର୍ଘ ଏକ ବର୍ଷ ପରେ ଗତ କିଛି ଦିନ ହେବ ଡ୍ରେନ ପୁନର୍ନିର୍ମାଣ କାମ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ପରିବେଶ ଦେଖାଯାଇଛି। ଡ୍ରେନ କାମ ଆରମ୍ଭ ହେବା ପାଇଁ PWD ବିଭାଗର ଯେ.ଇ. ଦାସ ମହାଶୟଙ୍କୁ ଦୁକାନଦାର ଭାଇମାନେ ଧନ୍ୟବାଦ ଜଣାଇଛନ୍ତି ଏବଂ କାମଟିକୁ ଶୀଘ୍ର ଓ ଗୁଣାତ୍ମକ ଭାବରେ ସମାପ୍ତ କରିବାକୁ ଅନୁରୋଧ କରିଛନ୍ତି।


