କସାମାଳ ମା’ ମଉଳି ଦୁଗ୍ଧ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଆଜତକ ଓଡ଼ିଶା
0

କଣ୍ଟାବାଞ୍ଜି : (ବ୍ୟୁରୋ) କସାମାଳ ମା’ ମଉଳି ଦୁଗ୍ଧ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଗୁରୁବାର ଦିନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସଭାରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବରେ BKN ଆଞ୍ଚଳିକ ଦୁଗ୍ଧ ସଂଘର ସଭାପତି ଶ୍ରୀମତୀ ସୀମା ପଟେଲ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବରେ ସଂଘର ସାଧାରଣ ପରିଚାଳକ ଡ଼. ରଜନୀକାନ୍ତ ପଣ୍ଡା, ଟିଟିଲାଗଡ଼ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ଶୁଭେନ୍ଦୁ ସୁଧା ଷଡ଼ଙ୍ଗୀ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ପ୍ରତାପ ପ୍ରଧାନ, ଧାମନଡ଼ଙ୍ଗା ସରପଞ୍ଚ ଶ୍ରୀମତୀ ଆରତୀ ସୁନା ଓ ସମିତିର ସଭାପତି କୁମାରୀ ଗୀତାଞ୍ଜଳି ବିଶ୍ୱାଳ ମଞ୍ଚାସିନ ଥିଲେ। ସଭା ଅବସରରେ ସମିତି ତରଫରୁ ୮ ଜଣ ଚାଷୀଙ୍କୁ ଗାଈ ଋଣ ହିସାବରେ ପ୍ରତିଜଣଙ୍କୁ ୩୦,୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ଏହା ସହ ବର୍ଷ ସାରା ନିୟମିତ ଭାବେ କ୍ଷୀର ଯୋଗାଇଥିବା ୫ ଜଣ ଚାଷୀଙ୍କୁ ସମ୍ମାନିତ କରାଗଲା। ଶେଷରେ ଶ୍ରୀଯୁକ୍ତ ସାନ ନାଗ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପନ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default