ସାଲେପଡା–ପୁଡାପାଲି ରାସ୍ତାର ନଦୀ ଉପରେ ବ୍ରିଜ ନିର୍ମାଣ ଦାବି, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଅସୁବିଧାରେ

ଆଜତକ ଓଡ଼ିଶା
0

ମୁରିବାହାଲ : (ନ୍ୟୁଜ ବ୍ୟୁରୋ) ମୁରିବାହାଲ ବ୍ଲକ ଅନ୍ତର୍ଗତ ଚଣାବାହାଲ ପଞ୍ଚାୟତର ସାଲେପଡାରୁ ପୁଡାପାଲିକୁ ଯିବା ମୁଖ୍ୟ ରାସ୍ତାରେ ଥିବା ଏକ ଛୋଟ ନଦୀ ଉପରେ ବ୍ରିଜ ନଥିବାରୁ ସାଧାରଣ ଲୋକଙ୍କ ଯିବା–ଆସିବାରେ ଗୁରୁତର ଅସୁବିଧା ସୃଷ୍ଟି ହେଉଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଗ୍ରାମବାସୀ ଓ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ ଯିବା–ଆସିବା କରୁଥିବା ବେଳେ, ବର୍ଷା ଋତୁରେ ନଦୀରେ ପାଣି ବଢ଼ିଯାଉଥିବାରୁ ଛୋଟ ପିଲାମାନେ ପଡ଼ିଯିବା ଭଳି ଘଟଣା ଘଟୁଛି। ଏହା ଯେକୌଣସି ସମୟରେ ବଡ଼ ଦୁର୍ଘଟଣାର ଆଶଙ୍କା ସୃଷ୍ଟି କରୁଛି। ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି ଯେ, ଏହି ଛୋଟ ନଦୀ ଉପରେ ଯଦି ଏକ ସ୍ଥାୟୀ ବ୍ରିଜ ନିର୍ମାଣ କରାଯାଏ, ତେବେ ସାଧାରଣ ଲୋକଙ୍କ ଯିବା–ଆସିବା ସହଜ ହେବା ସହିତ ସ୍କୁଲ ଛାତ୍ରଛାତ୍ରୀମାନେ ନିରାପଦରେ ଯାତାୟାତ କରିପାରିବେ। ଏନେଇ ଗ୍ରାମବାସୀମାନେ ପ୍ରଶାସନଙ୍କ ନିକଟରେ ଶୀଘ୍ର ଉକ୍ତ ସ୍ଥାନରେ ବ୍ରିଜ ନିର୍ମାଣ ପାଇଁ ଦାବି ଉଠାଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default