ନୂଆପଡାରେ ଜିଲ୍ଲାସ୍ତରୀୟ କପା କ୍ରୟ କମିଟି ବୈଠକ
Tuesday, December 02, 2025
0
ନୁଆପଡା : ଚଳିତ ଖରିଫ ବିପଣନ ନୂଆପଡା ଜିଲ୍ଲାରେ ୨୦୨୫-୨୬ ଋତୁ ପାଇଁ କପା କ୍ରୟ ନିମନ୍ତେ ଏକ ଜିଲ୍ଲାସ୍ତରୀୟ କପା କ୍ରୟ କମିଟି ବୈଠକ ୦୨.୧୨.୨୦୨୫ ତାରିଖରେ ନୂଆପଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମାନ୍ୟବର ସାଂସଦ (କଳାହାଣ୍ଡି) ଙ୍କ ପ୍ରତିନିଧି , ବିଧାୟକ (ନୂଆପଡ଼ା) ଙ୍କ ପ୍ରତିନିଧି, ଉପ-ଜିଲ୍ଲାପାଳ, ଉପ-ନିବନ୍ଧକ ସମବାୟ ସମିତି, ଆର୍. ଏମ. ସି. ସମ୍ପାଦକ, ଭାରତୀୟ କପା ନିଗମ ସେଣ୍ଟର୍ ଇନ୍ଚାର୍ଜ, କୃଷି ବିଭାଗର ସମସ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ ସଦସ୍ୟ ଉକ୍ତ ବୈଠକରେ ଯୋଗ ଦେଇଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, କାର୍ଯ୍ୟସୂଚୀ ଅନୁଯାୟୀ ତଥ୍ୟ ଉପସ୍ଥାପନ କରିଥିଲେ। ଆସନ୍ତା ୪ ଡିସେମ୍ବର ୨୦୨୫ ତାରିଖ ରୁ ନୂଆପଡ଼ା ଜିଲ୍ଲା ର ପଲ୍ସିପାନି ମଣ୍ଡି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ କ୍ଵିଣ୍ଟାଲ ପିଛା ୮୧୧୦ ଟଙ୍କା ପ୍ରତି କ୍ଵିଣ୍ଟାଲ ହିସାବରେ ନୂଆପଡ଼ା ଜିଲ୍ଲା ର ସମସ୍ତ ଚାଷୀଙ୍କ ଠାରୁ କପା କ୍ରୟ କରାଯିବ ବୋଲି ନିଷ୍ପତ୍ତି ନିଆଗଲା। ଜିଲ୍ଲା ର ସମସ୍ତ କପା ଚାଷୀ KAPAS KISAN applications ରେ ୩୧ ଡିସେମ୍ବର ୨୦୨୫ ସୁଦ୍ଧା ନିଜର ପଞ୍ଜୀକରଣ କରିବା ପାଇଁ ନିଷ୍ପତି ନିଆଗଲା ।
Tags

