ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ
Tuesday, December 02, 2025
0
ଗଞ୍ଜାମ/ବୁଗୁଡା,୦୨/୧୨ (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଏଡିଏମ ସୁନିଲ କେର୍କେଟାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଗୁଡା ତହସିଲଦାର ତାପସ ରାଉତ, ଏବିଡ଼ିଓ ଧର୍ମରାଜ ପରିଡା, ସିଡିପିଓ ବବିତା କୁମାରୀ ପଣ୍ଡା ଓ ବିଭିନ୍ନ ବିଭାଗର ଅଧିକାରୀବୃନ୍ଦ ଯୋଗଦେଇଥିଲେ। ମୋଟ ୧୧ ଗୋଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥି ମଧ୍ୟରୁ ୮ଟି ବ୍ୟକ୍ତିଗତ ଏବଂ ୩ଟି ଗୋଷ୍ଠୀଗତ ଅଭିଯୋଗ ହୋଇଥିଲା ବେଳେ ୮ଟି ଅଭିଯୋଗର ତତକ୍ଷଣାତ୍ ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଜନଶୁଣାଣି ଅଧିକାରୀ ଜ୍ୟୋତି ରଞ୍ଜନ ସାହୁଙ୍କ ସମେତ ବୁଗୁଡା ବ୍ଳକର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।
Tags


