ଚଳିତ ଖରିଫ ବିପଣନ ୨୦୨୫-୨୬ ଋତୁ ପାଇଁ ମାଣ୍ଡିଆ କ୍ରୟ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟି ବୈଠକ
Tuesday, December 02, 2025
0
ନୂଆପଡ଼ା : ଚଳିତ ଖରିଫ ବିପଣନ ୨୦୨୫-୨୬ ଋତୁ ପାଇଁ ମାଣ୍ଡିଆ କ୍ରିୟ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ମାଣ୍ଡିଆ କ୍ରିୟ କମିଟି ବୈଠକ ନୂଆପଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୂଦନ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମାନ୍ୟବର ସାଂସଦ (କଳାହାଣ୍ଡି) ଙ୍କ ପ୍ରତିନିଧି , ବିଧାୟକ (ନୂଆପଡ଼ା) ଙ୍କ ପ୍ରତିନିଧି, ଜିଲ୍ଲା ଆରକ୍ଷୀ ଅଧିକାରୀ, ଉପ-ଜିଲ୍ଲାପାଳ, ଉପ-ନିବନ୍ଧକ ସମବାୟ ସମିତି, ଆର୍. ଏମ. ସି. ସମ୍ପାଦକ, ଜିଲ୍ଲା ପରିଚାଳକ ଟି. ଡି. ସି. ସି. ଓ. ଏଲ୍ , କୃଷି ବିଭାଗର ସମସ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ ସଦସ୍ୟ ଉକ୍ତ ବୈଠକରେ ଯୋଗ ଦେଇଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ, କାର୍ଯ୍ୟସୂଚୀ ଅନୁଯାୟୀ ତଥ୍ୟ ଉପସ୍ଥାପନ କରିଥିଲେ। ଆସନ୍ତା ୩ ଜାନୁଆରୀ ୨୦୨୬ ତାରିଖ ରୁ ନୂଆପଡ଼ା ଜିଲ୍ଲା ର ୩୦ ଗୋଟି ମଣ୍ଡି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ କ୍ଵିଣ୍ଟାଲ ପିଛା ୪୮୮୬ ଟଙ୍କା ପ୍ରତି କ୍ଵିଣ୍ଟାଲ ହିସାବରେ ନୂଆପଡ଼ା ଜିଲ୍ଲା ରୁ ୧୭୭୦୪ କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରାଯିବ ବୋଲି ନିଷ୍ପତ୍ତି ନିଆଗଲା। ଜିଲ୍ଲା ର ସମସ୍ତ ମାଣ୍ଡିଆ ଚାଷୀ ନିଜର କୃଷକ ଓଡ଼ିଶା ପରିଚୟପତ୍ର ନେଇ ନିକଟସ୍ଥ ଗୋଷ୍ଠୀ କୃଷି ଅଧିକାରୀ ଅଫିସ ରେ ଯୋଗାଯୋଗ କରି ୬ ଡିସେମ୍ବର ୨୦୨୫ ସୁଦ୍ଧା ନିଜର ପଞ୍ଜୀକରଣ କରିବା ପାଇଁ ନିଷ୍ପତି ନିଆଗଲା ।

