ଧର୍ମଗଡ,ଆଜି ସମୟ ୧୧ ଟାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ଅଧୀନସ୍ଥ ଧଅଁରପୁର ଗ୍ରାମ ପଞ୍ଚାୟତ ର ଅଧୀନରେ ଥିବା ତେତେଲପଡା ,ପାଇକପଡା ଓ କର୍ଲlପଡା ଗ୍ରାମରେ ଦାପ୍ତା ସଂସ୍ଥା ତରଫରୁ ଶିଶୁ ସୁରକ୍ଷା ଶିବିର ଅନୁଷ୍ଠିତ କରାଯାଇଥିଲା । ଉକ୍ତ ଶିବିରରେ ଦାପ୍ତା ସଂସ୍ଥା ର ପିସି - ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ହଂସ, ସି ଏମ - ଛବିରାମ ଗୋପାଲ ଇଏଫ୍- ସଞ୍ଜୟ କୁମାର ସେଠିଆ ଏବଂ ଇଏଫ- କୁଳମଣି ଭଇଁସାଲ ପାଇକପଡା ଗ୍ରାମର ଅଙ୍ଗନୱାଡ଼ି ଦିଦି ଶ୍ରୀମତୀ ପୁଷ୍ପାଞ୍ଜଳି ସେଠିଆ ଆଶା ଦିଦି ,ଭିଏଲ୍ ସି ପି ସି, ର ସଦସ୍ୟ ଓ ସଦସ୍ୟା ୱାର୍ଡ ମେମ୍ବର ଗ୍ରାମର ମୁଖ୍ୟ ଏବଂ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲ ର ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀ ଉପସ୍ଥିତ ରହି ବାଲ୍ୟ ବିବାହ ବନ୍ଦ କର, ଶିଶୁ ଶ୍ରମିକ ବନ୍ଦ କର, ଶିଶୁ ସହାୟିତା , ୧୦୯୮,ମହିଳା ସହାୟତା ୧୮୧ , ଶିଶୁର ୪ ଟି ଅଧିକାର, ଶିକ୍ଷ୍ୟା ର ଅଧିକାର ରୁ ବଞ୍ଚିବାର ଅଧିକାର, ବିକାଶର ଅଧିକାର, ସହଭାଗିତା ର ଅଧିକାର ସ୍ଲୋଗାନ କରି ଏବଂ ଦାଦନ ବନ୍ଦ କରିବା ସ୍ଲୋଗାନ ଦେଇ ଗାଁ କୁ ଶୋଭାଯାତ୍ରା କରାଯାଇଥିଲା
ପରିଶେଷରେ ଗ୍ରାମର ଭି,ଏଲ୍, ସି ପି ସି କମିଟି ,ଅଙ୍ଗନୱାଡ଼ି ଦିଦି,ଆଶା ଦିଦି ଗ୍ରାମ ର ମୁଖ୍ୟ ଲୋକ ସମସ୍ତେ ମିଶି, ଦାପ୍ତା ସଂସ୍ଥା ଧନ୍ୟବାଦ୍ ଜଣାଇଥିଲେ ।

