ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ଦ୍ୱିତୀୟ ଥର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

ଆଜତକ ଓଡ଼ିଶା
0

ଅନୁଗୋଳ/ତାଳଚେର (ନ୍ୟୁଜ ବ୍ୟୁରୋ) ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ନାତିଡ଼ି ଅଞ୍ଚଳର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ତରଫରୁ ଦ୍ୱିତୀୟ ଥର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲ୍ଲାର ପବିତ୍ର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ (କପିଳାସ) ଏବଂ ଦତ୍ତାତ୍ରୟ ସାଇ ଆଶ୍ରମ ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା। ଏଠାରେ ଥିବା ଅସହାୟ ଓ ଦୁଃସ୍ଥ ଲୋକମାନଙ୍କୁ କମ୍ବଳ ସହିତ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ଏହି ସେବାମୂଳକ କାର୍ଯ୍ୟକ୍ରମ ସଫଳ ଭାବେ ସମ୍ପନ୍ନ ହୋଇଥିଲା। ଶୀତ ଋତୁର କଠିନତାକୁ ହ୍ରାସ କରିବା ଏବଂ ସମାଜର ପ୍ରତ୍ୟେକ ଲୋକଙ୍କୁ ଆଦର ଓ ମମତା ପହଞ୍ଚାଇବା ହେଉଛି ଅନୁଷ୍ଠାନର ପ୍ରମୁଖ ଉଦ୍ଦେଶ୍ୟ ବୋଲି ପ୍ରତିଷ୍ଠାତା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ଭାବେ ଶଶିପ୍ରଭା, କୁନି ସାହୁ, କମିୟା ନାଦ, ଚାମେଲି ବେହେରା, ସତ୍ୟ ବେହେରା, ଅଞ୍ଜନା ରଥ, ଶ୍ରଦ୍ଧା ସାହୁ ସହ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ଏହାସହ ପ୍ରାଣବନ୍ଧୁ ସାହୁ (ନୂଆପଡା, ଅନୁଗୋଳ), ଶିଶିର ସାଏ (ଏଫ୍‌ସିଆଇ, ତାଳଚେର), ପଦ୍ମଲୋଚନ ଦୋରା ଓ ମୋହନ ମୁନି (ଗୁରୁଦ୍ୱାର), ଦିଲ୍ଲୀପ କୁମାର ସାହୁ (ବନ୍ଦାନପଶି, ଅନୁଗୋଳ), ଏମ୍‌. ଅଙ୍କଟ ରାଓ ଦୋରା (ବ୍ରହ୍ମପୁର), ସନ୍ତୋଷ ସେଠ (ଶ୍ରୀପୁର, ତାଳଚେର), ବିଶ୍ୱନାଥ ପୃଷ୍ଟି (ତୁମୁଗୁଳା, ତାଳଚେର) ଓ ମନୋଜ ରଥ (ବନ୍ତୋଲ, ତାଳଚେର) ମାନେ ଏହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ। ସମସ୍ତ ସଦସ୍ୟ ଓ ସହଯୋଗୀମାନଙ୍କୁ ଅନୁଷ୍ଠାନ ତରଫରୁ ହୃଦୟପୂର୍ଣ୍ଣ ଧନ୍ୟବାଦ ଜଣାଯାଇଛି। ଆଗାମୀ ଦିନରେ ମଧ୍ୟ ଏପରି ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରତିଷ୍ଠାତା ସରୋଜ କୁମାର ସାହୁ ମତ ପ୍ରକାଶ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default