ବେଲପଡା କଲେଜରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିର

ଆଜତକ ଓଡ଼ିଶା
0

ବଲାଙ୍ଗିର ୦୫/୧୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସ୍ଥାନୀୟ ପଂଚାୟତ ସମିତି ମହାବିଦ୍ୟାଳୟ ବେଲପଡା ଠାରେ ଏକ ତିନି-ଦିବସିୟ ପ୍ରଶିକ୍ଷଣ ଓ ତାଲିମ ଶିବିର ଉଦଘାଟିତ ହୋଇ ଯାଇଛି । ଏଥିରେ ପ୍ରାୟ ୩୫ ଟି ମହାବିଦ୍ୟାଳୟର କାଉନସିଲର ଓ ୧୩୦ ଜଣ ସ୍ବେଛାସେବୀଙ୍କ ଗହଣରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଡ଼ିଓ ଶ୍ରୀ ରାଜେଶ କୁମାର ମେହେର ଏବଂ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଂଯୋଜକ ଡ଼କ୍ଟର ଦୈତାରୀ ପୂଜାରୀ, ଲଷ୍ମୀ ବିକାଶ ଟେକ୍ନୋ ସ୍କୁଲର ଅଧ୍ୟକ୍ଷ ଶ୍ରୀ ବିଶ୍ୱ ରଞ୍ଜନ ରାୟ, ବେଲପଡା ଦୀନ ରଘୁ ମେହେର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ଯୋଗଦାନ କରିଥିଲେ । କାଉନସିଲର ସୁଦାମ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମ ଦିନର ପ୍ରଥମ ସୋପାନରେ ଡ଼ଃ. ପୂଜାରୀ ମହୋଦୟ ରେଡ କ୍ରସର ଇତିହାସ ଓ ବିକାଶ ଉପରେ ଶିକ୍ଷା ପ୍ରଦାନ କରିଥିବା ବେଳେ, ଦ୍ଵିତୀୟ ସୋପାନରେ ଶ୍ରୀ ହେମନ୍ତ କୁମାର ଦାସ HIV - AIDS ଉପରେ ନିଜ ଶିକ୍ଷଣ ରଖିଥିଲେ । ଶେଷ ସୋପାନରେ ଅଧ୍ୟାପକ କଣ୍ଟାବାଞ୍ଜି ଭୋକେସନାଲ କଲେଜର ଡ଼ଃ. ସଞ୍ଜୟ ମିଶ୍ର ଜଳବାୟୁ ପରିବର୍ତନ ଓ ଦାଦନ ସମସ୍ୟା ଉପରେ ନିଜର ସୁଚିନ୍ତିତ ଶିକ୍ଷଣ ପ୍ରଦାନ କରିଥିଲେ । ପରେ ପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୬ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ବେଛାସେବୀ ମାନଙ୍କ ଭିତରେ ଅନୁଷ୍ଠିତ ହେବ । ଶେଷରେ ଅଧ୍ୟାପିକା ନିତୁ ପାତ୍ର ଧନ୍ୟବାଦ ଅର୍ପଣ କରି ପ୍ରଥମ ଦିନର କାର୍ଯ୍ୟକ୍ରମଟିକୁ ସମାପନ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default