ବିଶ୍ଵବିଦ୍ୟାଳୟରେ ପ୍ରାଧ୍ୟାପକ ମରୁଡି । ଖାଲି ପଡିଛି ୧୪୩୦ ପଦବୀ । ଏଥିରୁ ୨୬୧ ପ୍ରାଧ୍ୟାପକ, ୪୫୯ ସହଯୋଗୀ ପ୍ରାଧ୍ୟାପକ ଓ ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ଖାଲି ପଡିଛି

ଆଜତକ ଓଡ଼ିଶା
0

ଭୁବନେଶ୍ବର : (ସମୀର ରଞ୍ଜନ ନାୟକ) ବିଶ୍ଵବିଦ୍ୟାଳୟରେ ପ୍ରାଧ୍ୟାପକ ମରୁଡ଼ି। ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ । ଖାଲି ପଡିଛି ୧୪୩୦ ପଦବୀ। ଏଥିରୁ ୨୬୧ ପ୍ରାଧ୍ୟାପକ, ୪୫୯ ସହଯୋଗୀ ପ୍ରାଧ୍ୟାପକ ଓ ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ଖାଲି ପଡିଛି। ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ୬ଟି ବିଶ୍ୱବିଦ୍ୟାଳୟର ଆଶାୟୀ କୁଳପତିମାନଙ୍କ ସାକ୍ଷାତକାର ସରିଛି । ସେପଟେ ସରକାରୀ ମହାବିଦ୍ୟାଳୟରେ ୫୫୬ଅଧ୍ୟାପକ ପଦବୀ ଖାଲି ପଡିଛି । ୩୮୫ପଦବୀ ପାଇଁ ଓପିଏସସି ବିଜ୍ଞାପନ ଜାରି କରିଥିଲେ, ତାହାର ଚୟନ ପ୍ରକ୍ରିୟା ଜାରି ରହିଛି । ୩୦୪ ଅଧ୍ୟାପକ ପଦବୀ ପୂରଣ ପାଇଁ ଓପିଏସସିକୁ ଅନୁରୋଧ କରିଛନ୍ତି । ରାଜ୍ୟରେ ବେସକାରୀ ଅନୁଦାନ ପ୍ରାପ୍ତ କଲେଜରେ ୧୬୮୯ ଅଧ୍ୟାପକ ପଦବୀ ଖାଲି ପଡିଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default