କଣ୍ଟାବାଞ୍ଜିରେ ଥିବା ମିଡଟାଉନର ମଦକୁ ସିଲକଲା ଅବକାରୀ ପୋଲିସ ବିଭାଗ

ଆଜତକ ଓଡ଼ିଶା
0

ବଲାଙ୍ଗିର : (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ରେ ଥିବା ମିଡ ଟାଉନ ମଦ ଦୋକାନ । ଗତ ଦୁଇ ବର୍ଷରୁ ଅଧିକ ସମୟ ହେଳା କୋର୍ଟ ମାମଲାରେ ଏହାର ମାମଲା ବିଚାରାଧୀନ ରହିଛି । ଏହି ମଦ ଦୋକାନର ଲାଇସେନ୍ସ ରିନୁଏଲ ହୋଇନଥିବାରୁ ମଦକୁ ଜବତ କରିଛି ଅବକାରୀ ବିଭଗ । ପାରିବାରିକ କଳି କୁ ନେଇ କୋର୍ଟ ଦ୍ବାରସ୍ଥ ହୋଇଥିବା ନେଇ ବର୍ତ୍ତମାନ ମାମଲା ବିଚାରଧିନ ଅବସ୍ଥାରେ ରହିଛି। ଯେହେତୁ ଦୁଇ ବର୍ଷରୁ ଅଧିକ ହେବ ମଦ ଦୋକାନରେ ବିଭିନ୍ନ ପ୍ରକାରର ମଦ ରହିଥିବା ବେଳେ ଲାଇସେନ୍ସ ମଧ୍ୟ ନବିକରଣ ହୋଇ ନାହିଁ । ତେଣୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜି ପୋଲିସ ଓ ଅବକାରୀ ପୋଲିସର ଉପସ୍ଥିତରେ ସମସ୍ତ ମଦକୁ ସିଜ କରି କଣ୍ଟାବାଞ୍ଜି ଅବକାରୀ ଥାନାକୁ ସ୍ଥାନାନ୍ତର କରାଯାଇଛି। ଯେଉଁ ଦିନ ତାଙ୍କ ଲାଇସେନ୍ସ ନବୀକରଣ ହେବ ସେହି ଦିନ ତାଙ୍କୁ ପୁଣି ଥର ଏହି ସବୁ ମଦ ଦିଆଯିବ ବୋଲି କହିଛନ୍ତି କଣ୍ଟାବାଞ୍ଜି ଅବକାରୀ ପୋଲିସ ।

Post a Comment

0 Comments

Please Select Embedded Mode To show the Comment System.*

3/related/default