ନୁଆପଡା ୦୮/୧୨ : ନୁଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଯୋଗୀ ବାହାଲ କ୍ଳଷ୍ଟରର ଚଉଁରା ଉ ପ୍ରା ବିଦ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ''ସୁରଭି''୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ଶିକ୍ଷାଅଧିକାରୀ ଯତୀନ୍ଦ୍ର କୁମାର ସେଠ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସୁରଭି କାର୍ଯ୍ୟକ୍ରମରେ ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦାନ କରିଥିଲେ। ଯୋଗୀବାହାଲ କ୍ଳଷ୍ଟରର ସିଆର୍ ସି ସି ଭୀଷ୍ମ ନାରାୟଣ ମେହେରଙ୍କ ସଭାପତିତ୍ଵରେ ବିଭିନ୍ନ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା। ମୂଖ୍ୟ ବକ୍ତା ABEO ପଣ୍ଡା, ମଖାପଦର ଗ୍ରାମପଞ୍ଚାୟତ ସରପଞ୍ଚ, ସମିତି ସେମ୍ବର ମଙ୍ଗରାଜ, ପୁର୍ବତନ ସି ଆର୍ ସି ସି ରମାକାନ୍ତ ମେହେର, ଅବସରପ୍ରାପ୍ତ ଶିକ୍ଷକ କ୍ଷୀରସିନ୍ଧୁ ମେହେର ଓ କେଶିରାମ ମେହେର, ଗୋବିନ୍ଦପୁର କ୍ଳଷ୍ଟରର ସି ଆର୍ ସି ସି ଭୀମସେନ ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ସୁରଭି ଆୟୋଜନର ମହତ୍ଵ ତଥା ଶିଶୁମାନଙ୍କର ଳୁକ୍କାୟିତ ପ୍ରତିଭା କିପରି ପରିସ୍ଫୁଟ ହେବ ତା ଉପରେ ଆଲୋକପାତ କରିଥିଲେ ଓ ଅନ୍ୟାନ୍ୟ ଅତିଥିଗଣ ଦିଗ ଦର୍ଶନ ପ୍ରଜ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଲନା କରିଥିଲେ ଶିକ୍ଷକ ପ୍ରଶାନ୍ତ ସାହୁ ଓ ଶିକ୍ଷକ ହେମନ୍ତ ମଣି କଟା । ବିଭିନ୍ନ ବିଦ୍ୟାଲୟ ରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି'୨୦୨୫ ଅନୁଷ୍ଠିତ
Tuesday, December 09, 2025
0

Tags