୩୨ତମ ଅମରପାଲି କ୍ରିକେଟ କପ୍

ଆଜତକ ଓଡ଼ିଶା
0

ତେଲିପାଲି କୁ ହରାଇ ବହଳପଦର ଚାମ୍ପିଅନ


ବୀରମହାରାଜପୁର, ୮/୧୨ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ହେଉଥିବା ୩୨ ତମ ଅମରପାଲି କ୍ରିକେଟ କପ୍ ର ଫାଇନାଲ ରେ ତେଲିପାଲି କୁ ହରାଇ ବହଳପଦର ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ ଟି ତିନୋଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ରେ ବହଳପଦର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୫ ଉଇକେଟ ହରାଇ ୬୨ ରନ କରିଥିଲା।ଜବାବରେ ତେଲିପାଲି ଦଳ ଆବଶ୍ୟକୀୟ ୬୩ ରନ କୁ ୨ ଉଇକେଟ ହରାଇ ନିର୍ଦ୍ଧାରିତ ୬ ଓଭର ର ଶେଷ ବଲରେ ସଂଗ୍ରହ କରିଥିଲା। ଦ୍ଵିତୀୟ ଫର୍ମାଟ ରେ ବହଳପଦର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪ ଓଭର ରେ ୨ ଉଇକେଟ ହରାଇ ୫୨ ରନ କରିଥିଲା। ଜବାବରେ ତେଲିପାଲି ଦଳ ନିର୍ଦ୍ଧାରିତ ୪ ଓଭର ରେ ୬ ଉଇକେଟ ହରାଇ ୨୬ ରନ କରିଥିଲା। ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ସୁପର ଓଭର ଖେଳାଯାଇଥିଲା। ଏଥିରେ ବହଳପଦର ୧୩ ରନ କରିଥିବା ବେଳେ ତେଲିପାଲି ଦଳ ୭ ରନ କରି ଥିଲା। ଫଳରେ ବହଳପଦର ୨-୧ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ପୂର୍ବରୁ ପ୍ରଥମ ସେମିଫାଇନାଲ ରେ ଘିଚାପାଲି କୁ ହରାଇ ତେଲିପାଲି ଫାଇନାଲ ରେ ପ୍ରବେଶ କରିଥିବା ବେଳେ ଦ୍ଵିତୀୟ ଫର୍ମାଟ ରେ ପୁରୁଣାଗଡ(ରେଢାଖୋଲ) କୁ ହରାଇ ବହଳପଦର ଫାଇନାଲ ରେ ପ୍ରବେଶ କରିଥିଲା। ପ୍ରାଣବନ୍ଧୁ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଆୟୋଜକ ସଭାପତି ବିମ୍ବାଧର ସାହୁ ଅଧ୍ୟକ୍ଷତା କରିଥିଲେ। ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଏବଂ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ବହଳପଦର ସରପଞ୍ଚ ନିରୁପମା ସେଠୀ, ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ, ବଡ଼ମାଳ ( ରେଢାଖୋଲ) ସରପଞ୍ଚ ତୁଙ୍ଗଭଦ୍ରା ବିଶ୍ଵାଳ,ସ୍ଥାନୀୟ ସମିତିସଭ୍ୟା ସୁଗନ୍ଧା ଘିବିଲା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ବହଳପଦର ର ଛତ୍ରୀ ବିକାଶ ଙ୍କୁ ଶ୍ରେଷ୍ଠ ବୋଲର ଓ ମ୍ୟାନ ଅଫ ଫାଇନାଲ ଏବଂ ତେଲିପାଲି ର ଆକାଶ ସାହୁ ଙ୍କୁ ଶ୍ରେଷ୍ଠ ବ୍ୟାଟର ଓ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଏହି ଅବସର ରେ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଚାମ୍ପିଅନ ଦଳ କୁ ନଗଦ ୩୦ ହଜାର ଟଙ୍କା ସହିତ କବିନ ସ୍ମାରକୀ ଟ୍ରଫି ଏବଂ ଉପବିଜେତା ଦଳ କୁ ନଗଦ ୧୫ ହଜାର ଟଙ୍କା ସହିତ ତ୍ରିଲୋଚନ ସାହୁ ସ୍ମାରକୀ ଟ୍ରଫି ପୁରସ୍କୃତ କରାଯାଇଥିଲା। ଫାଇନାଲ ଦିବସ ରେ ଶିକ୍ଷକ ସୁରେନ୍ଦ୍ର ଭୋଇ, କ୍ରୀଡାବିତ ଶୁଭମ ଭୋଇ,ସ୍ଥାନୀୟ ହାଇସ୍କୁଲର ଶିକ୍ଷକ ପଦ୍ମନାଭ ପ୍ରଧାନ,ହୃଷୀକେଶ ଚାନ୍ଦ, କାଲାଚାନ୍ଦ ପ୍ରଧନ,ପୂର୍ବତନ ସରପଞ୍ଚ ଡମ୍ବରୁ ଧର ସାହୁ, ଶେଷଦେବ ବାରିକ,ରବୀନ୍ଦ୍ର ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଫାଇନାଲ ଦିବସ ରେ ଶ୍ରୀବନ୍ତ ନାୟକ,ସୁରେଶ ବିଶି,ଗିରିଜା ଶଙ୍କର ଭଏନା,ସୁରେଶ ବିଶି ଅମ୍ପାୟାର,ଶୁଭେନ୍ଦୁ ଶେଖର ସାହୁ ସ୍କୋରିଙ୍ଗ, ଚମାରୁ ମହାକୁର ଅନଲାଇନ ସ୍କୋରିଙ୍ଗ ଏବଂ ମାନସ ନନ୍ଦ,ଆଶିଷ ଦେଓ,ନିହାର ରଞ୍ଜନ ସାହୁ ଓ ପୀତାମ୍ବର ସାହୁ ପ୍ରମୁଖ ଧାରାବୀବରଣୀ ପ୍ରଦାନ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default