ଅମରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରବାର୍ଷିକ କ୍ରୀଡା ଉଦଯାପିତ

ଆଜତକ ଓଡ଼ିଶା
0

ବୀରମହାରାଜପୁର, ୧୯/୧୨(ଚୈତନ୍ୟ ଭୁକ୍ତା):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି। ସ୍କୁଲ ର ପ୍ରଧାନ ଶିକ୍ଷକ ଦୁଃଖିଶ୍ୟମ ଭୋଇ ଙ୍କ ପୌରୋହିତ୍ୟରେ କ୍ରୀଡା ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ।ଉଭୟ ବାଳିକା ଓ ବାଳକ ର ଜୁନିଅରସବ ଜୁନିୟର ଓ ସିନିଅର ବର୍ଗରେ ଶହେ ମିଟର ,୨ଶହ ମିଟର,୪ଶହ ମିଟର,୧୫ଶହ ମିଟର ଦୌଡ,ଲମ୍ୱ ଡ଼ିଆଁ,ଉଚ୍ଚ ଡିଆଁ, ସର୍ଟଫୁଟ ଥ୍ରୋ,ଡିସ୍କସ ଥ୍ରୋ, ପଟାଟୋ ରେସ, ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗୀତା କରାଯାଇଥିଲା।ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଆନନ୍ଦିନୀ ପଧାନ.ଯଦୁମଣି ବାଘ.ତପକିରଣ ସାହୁ.ରାଜୀବ ଦୀପ.ଆକାଶ ଖେତୀ ଅମୁଲ୍ୟ ମହାରଣା. ପ୍ରମୁଖ ସମସ୍ତ ଖେଳ ପରିଚାଳନା କରିଥିଲେ। ସ୍କୁଲର ପ୍ରାୟ ୨୪୦ଜଣ ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଅପରାହ୍ନ ରେ ଅନୁଷ୍ଠିତ ପୁରସ୍କାର ବିତରଣିି ଉତ୍ସବରେ ପ୍ରଧାନ ଶିକ୍ଷକ ଦୁଖୀ ଶ୍ୟାମ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅଵସର ପ୍ରlପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗ ଦେଇଥିଲେ ସ୍ଥାନୀୟ ହାଇସ୍କୁଲ ର ଖେଳ ଶିକ୍ଷକ କହେଁଇ ଚରଣ ପଧାନ ଏବଂ ପ୍ରାଣବନ୍ଧୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ମେଡାଲ ଦେଇ ପୁରସ୍କୃତ କରିଥିଲେ। ଜୁନିଅର ବାଳକ ବର୍ଗରେ ପ୍ରବୀଣ ଭରା ସାଗର, ଓ ବାଳିକା ବର୍ଗରେ ଶୁଭ ଶ୍ରୀ ପଧାନ ଏବଂ ସିନିଅର ବାଳକ ବର୍ଗରେ.ସରୋଜ ଗର୍ଡିଆ ଓ ବାଳିକା ବର୍ଗରେ କରିସ୍ମା ରଣା ଏବଂ ସବ ଜୁନିୟର ରେ ବାଳକ ବର୍ଗ ରେ ରିସବ ପଧାନ ଓ ବାଳିକା ବର୍ଗ ରେ ସିଲି ପଧାନ ଚାମ୍ପିଅନ ହୋଇଥିଲେ। ପ୍ରଦୀପ ଜଗଦଳା ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସନ୍ତୋଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default