ରାଜ୍ୟସ୍ବ ମେଳା ଓ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ ଅନୁଷ୍ଠିତ

ଆଜତକ ଓଡ଼ିଶା
0

ମୁରିବାହାଲ ୨୦|୧୨  ବାଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଘଣ୍ଟବହାଲ ଖେଳ ପଡିଆ ଠାରେ ରାଜ୍ୟସ୍ୱ ମେଳା ସହିତ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ମୁରିବାହାଲ ତହସିଲଦାର ଜଗଧିଶ କର୍ତ୍ତାମିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦାନ କରି ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ ଓ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରିଥିଲେ । ଏହି ଅବସରରେ ଉପ ଜିଲ୍ଲାପାଳ ଟିଟିଲାଗଡ଼ ପଦ୍ମନାଭ ସାମନ୍ତରାୟ, ମୁରିବାହାଲ ବ୍ଲକ ଅଧକ୍ଷ ହରିବନ୍ଧୁ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ବିଧାୟକ ନମୁନି ମୁରିବାହାଲ ଗଙ୍ଗାଧର ହେର୍ଣ୍ଣା, ଅତିରିକ୍ତ ତହସିଲଦାର ହେମନ୍ତ କୁମ୍ଭାର, ମୁରିବାହାଲ ସରପଞ୍ଚ ବିଶ୍ୱ ବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ମଞ୍ଚାସିନ ଅତିଥିଙ୍କ ଦ୍ଵାରା ପଟ୍ଟା ବଣ୍ଟନ ସହିତ ଭତ୍ତା ବଣ୍ଟନ କରାଯାଇଥିଲା । ଏହି କାର୍ଯକ୍ରମରେ ୧୩୭ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୯୭ ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଥିଲା । ପ୍ରମିଳା ମାଝୀ ନାମକ ଜଣେ ହିତାଧିକାରୀ ନିଜ ସମସ୍ୟା ବିଷୟରେ ଉପଜିଲ୍ଲା ପାଳଙ୍କୁ ଜଣାଇଥିବା ବେଳେ ଉପଜିଲ୍ଲା ପାଳ ସଙ୍ଗେ ସଙ୍ଗେ ତାଙ୍କର ସମସ୍ୟାର ସମାଧାନ କରି ତୁରନ୍ତ ଚାଉଳ କାର୍ଡ ଯୋଗାଇଦେଇଥିବା ବେଳେ କଳ୍ପ ରଣା ଓ ବୁଢ଼ା ମାଝିଙ୍କ ସମସ୍ୟା ବୁଝି ଥିଲେ । ଏନେଇ ଅଞ୍ଚଳରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟକୁ ବୁଦ୍ଧିଜିବୀ ମହଲରେ ବହୁତ ପ୍ରଂଶସା କରିଥିବା ଦେଖାଯାଏ । ଶେଷରେ ଅତିରିକ୍ତ ତହସିଲଦାର ହେମନ୍ତ କୁମ୍ଭାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default