କଣ୍ଟାବାଞ୍ଜି ମାଟିର ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା

ଆଜତକ ଓଡ଼ିଶା
0

କଣ୍ଟାବାଞ୍ଜି,୧୯|୧୨: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ର ରେଲୱେ ଖେଲ ପଡ଼ିଆ ଠାରେ ଆସନ୍ତା ଜାନୁୟାରୀ ୯ ତାରିଖ ରୁ ଆରମ୍ଭ ହୋଇ ତିନି ଧରି ଆୟୋଜିତ ହେବ କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬ ଏହାକୁ ନେଇ ବିଭିନ୍ନ ପ୍ରତିଯୋଗିତା ସ୍କୁଲ, କଲେଜ ଏବଂ ଏସ.ଏଚ୍.ଜି ମହିଳା ମାନଙ୍କ ପାଇଁ ଆର୍ଟ କ୍ରାଫ,ରଂଗୋଲି ପ୍ରତିଯୋଗିତା,ଆରମ ପିନ୍ଧନ୍ ଉଢନ୍ ରେମ୍ପ୍ ସୋ, ସ୍ବାଛତା ଅଭିଯାନ,ହୁଲାହୁଲି ଶଙ୍ଖ ପୁକା, ମେହେନ୍ଦି,ଆମର ପିଠାମଡା, କୁଇଜ୍, ଡିବେଟ୍ ଭଲି ଅନେକ ଆୟୋଜିତ ହେବ ତେଣୁ କଣ୍ଟାବାଞ୍ଜି ସହର ବିଭିନ୍ନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଏସ.ଏଚ୍.ଜି ମହିଳା ମାନଙ୍କୁ ନେଇ ଶୁକ୍ରବାର କଣ୍ଟାବାଞ୍ଜି ହରି ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ମାଟିର ମହୋତ୍ସବ କମିଟି ସଭାପତି ବ୍ରଜ ଶ୍ୟାମ ଗୁରୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଆଗାମୀ ଦିନ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା କୁ ନେଇ ବୈଠକ ରେ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ବୈଠକ ରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ସାଧାରଣ ସମ୍ପାଦକ ବେଦବ୍ୟାସ ନାଗ, କୋଷାଧ୍ୟକ୍ଷ ସନ୍ତୋଷ ଅଗ୍ରୱାଲ, ସିଆରସିସି ମେମ୍ବର ରାଜେନ୍ଦ୍ର ଅଗ୍ରୱାଲ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ରାଜେଶ୍ବରୀ ତ୍ରିପାଠୀ, କଣ୍ଟାବାଞ୍ଜି କେଭି କଲେଜ ପ୍ରାଧ୍ୟାପକ ଯଶୋବନ୍ତ ନାରାୟଣ ମିଶ୍ର, ମାରୱାଡ଼ି ୟୂବା ମଞ୍ଚ ଜାଗୃତି ଶାଖା ର ଚଞ୍ଚଳ ବଂଶଲ, ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମୀଳନୀ ସଭାପତି ସନ୍ତୋଷୀ ଜୈନ, ସମ୍ପାଦିକା ପୁନମ୍ ଣ୍ଢେଲୱଲ, ଏସ.ଏଚ୍.ଜି ଗ୍ରୁପ ରୁ ବବିତା ବେହେରା ପ୍ରମୁଖ ମଞ୍ଚାସିନ ଥିବା ବେଳେ ମାଟିର ମହୋତ୍ସବ କମିଟି ପ୍ରଚାର ରୋହନ କୁମାର ମହତ, ସହ ସମ୍ପାଦକ ରାଜୁ ବାରିକ, କାର୍ଯ୍ୟକାରୀ ସଦସ୍ୟ ମୋହନ ସୁନା, ବାବୁ ସିଂ ଉପସ୍ଥିତ ଥିଲେ ବେଳେ ସହ ସମ୍ପାଦକ ଦିନେଶ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default