ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ୧୮ ତମ ସାମୁହିକ ମହାଲକ୍ଷ୍ମୀ ପୂଜା ର କଳସ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କଳସ ଯାତ୍ରାରେ ଗ୍ରାମର ଶତାଧିକ ମା ଭଉଣୀ ଭାଗ ନେଇ ସ୍ଥାନୀୟ ପୋଖରୀ ରୁ କଳସ ରେ ପାଣି ଭରି ପୂର୍ଣ୍ଣ କଳସ ଟି କୁ ନେଇ ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ। ସଙ୍କୀର୍ତ୍ତନ ଦଳ ର ନାଚ ଗୀତ ଘଣ୍ଟ ଶଙ୍ଖ ଓ ହୁଳହୁଳି ଶବ୍ଦରେ ଗ୍ରାମରେ ଆନନ୍ଦ ଉଲ୍ଲାସରେ ଭରିଉଠିଥିଲା। ଉକ୍ତ ପୂଜା ତା:୨/୧୨/୨୫ ମଙ୍ଗଳବାର ଦିନ ଠାରୁ ତା:୦୭/୧୨/୨୫ ରବିବାର ଦିନ ପର୍ଯ୍ୟନ୍ତ ଚାଲିରହିବ।ପୂଜା ର କର୍ତ୍ତା ଭାବରେ ଶ୍ରୀଯୁକ୍ତ ଜୟକୃଷ୍ଣ ବନ୍ଦିଛୋର ଓ ତାଙ୍କ ଧର୍ମପନ୍ତ୍ରୀ ଶ୍ରୀମତୀ ପ୍ରମିଲା ବନ୍ଦିଛୋର ଦାୟିତ୍ବ ତୁଲାଇଥିବା ବେଳେ ପୂଜକ ଶ୍ରୀଯୁକ୍ତ ଦୟାନିଧି ଯୋଷି ଓ ତାଙ୍କ ସହଯୋଗି ଶ୍ରୀଯୁକ୍ତ ଅଶୋକ ଯୋଷୀ,ଶ୍ରୀଯୁକ୍ତ ସର୍ଦ୍ଧାନନ୍ଦ ପଣ୍ଡା, ଶ୍ରୀଯୁକ୍ତ ତରୁଣ ବାଜପାୟୀ, ଶ୍ରୀଯୁକ୍ତ ବିରଞ୍ଚି ପତି , ରିତି ନିତି ସହ ସୁନ୍ଦର ଭାବରେ ପୂଜାର୍ଚ୍ଚନା କରି ପୂଜା ଟି କୁ ଆଗେଇ ନେଇଛନ୍ତି। ଆଖ ପାଖ ଅଞ୍ଚଳରୁ ସହ ସହ ଭକ୍ତ ମାନେ ଅସି ମା ଜଗତ ଜନନୀ ଲକ୍ଷ୍ମୀଙ୍କ ସନ୍ଧ୍ୟା ଆଳତି ଦର୍ଶନ କରିବା ସହ ପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କରିଥାନ୍ତି। ପୂଜାରେ ସାମୁହିକ ଲକ୍ଷ୍ମୀ ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସହଯୋଗ ରହିଛି। ପ୍ରତ୍ୟେକ ରାତ୍ରରେ ମନୋରଞ୍ଜନ କାର୍ଯ୍ୟକ୍ରମ ରଖାଯାଇଥିବା କମିଟି ପକ୍ଷରୁ ସୁଚନା ମିଳିଛି।
ଗୋବିନ୍ଦପୁର ଗ୍ରାମରେ ୧୮ତମ ସାମୁହିକ ମହାଲଷ୍ମୀ ପୂଜା ଅନୁଷ୍ଠିତ
Tuesday, December 02, 2025
0

Tags