କୋରାପୁଟ : (ନ୍ୟୁଜ ବ୍ୟୁରୋ) କୋରାପୁଟ ଜିଲ୍ଲାର ଗାନ୍ଧୀ ନଗର ସ୍ଥିତ ପ୍ରତିଷ୍ଠିତ ଜନସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତରଫରୁ ସ୍ଥାନୀୟ ସର୍ବୋଦୟ ସମିତି ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସର୍ବୋଦୟ ସମିତିର ପ୍ରଧାନ ଶିକ୍ଷୟିତ୍ରୀଙ୍କ ତତ୍ୱାବଧାନତାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ମେଡିକାଲ ଅଫିସର ଡ଼. ରେଣୁକା ଦାସ, ଷ୍ଟାଫ ନର୍ସ ସ୍ଵର୍ଣ୍ଣଲତା ଚଇନି, ଗୌରୀ ଗରଡା, କେ. ରବିରାମ,ସହଯୋଗୀ ଷ୍ଟାଫ ସନ୍ତୋଷ ଗରଡ଼ା, ପଦ୍ମନ ହରିଜନ,ଜିତେନ୍ଦ୍ର ମହାପାତ୍ର, ଲିଭିଂଷ୍ଟନ୍ ମାଛ,ଶୁଚିସ୍ମିତା ନାଗଙ୍କ ସହ ଅନ୍ୟାନ୍ୟ ଷ୍ଟାଫ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ବିଦ୍ୟାଳୟର ପିଲାଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ମୂଳ ଲକ୍ଷ୍ୟ ଏବଂ ହାତଧୁଆ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।
ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ
Tuesday, December 02, 2025
0

Tags