ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ

ଆଜତକ ଓଡ଼ିଶା
0


ତାଳଚେର/ଅନୁଗୋଳ : (ବ୍ୟୁରୋ) ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ନାତିଡ଼ି ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପକ୍ଷରୁ ଏକ ମାନବିକ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।

ଆଠଗଡ଼ରେ ଅବସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ମହାପ୍ରଭୁଙ୍କ ପ୍ରାଙ୍ଗଣରେ ଥିବା ଅସହାୟ ଓ ଦୁଃଖୀ ଲୋକମାନଙ୍କୁ ଏହି ଅବସରରେ କମ୍ବଳ ବଣ୍ଟନ କରାଯାଇଥିଲା। ଶୀତ ଋତୁରେ ଅସହାୟମାନଙ୍କ କଷ୍ଟ କିଛି ପରିମାଣରେ ହ୍ରାସ କରିବା ଓ ସମାଜର ପ୍ରତ୍ୟେକ ଲୋକଙ୍କୁ ଆଦର ଓ ମମତା ପହଞ୍ଚେଇବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସରୋଜ କୁମାର ସାହୁଙ୍କ ସହ ଶଶିପ୍ରଭା ବିଶ୍ୱାଳ, ମନୀଷା ରଥ, ରେଣୁବାଳା ରଥ, ଉମ୍ରିବାଳା ପାଣି, ଧରିତ୍ରୀ ଦେବୀ, ବିଶୟା ରଥ, କ୍ରିଷ୍ଣା ରଥ, ଆଦ୍ୟସା ରଥ, ଅନୁରୀ ଦାସ, ମାନ୍ୟତା ଦାସ ଓ ସନ୍ଦୀପ ରଥ ପ୍ରମୁଖ ସ୍ୱେଚ୍ଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ।

ଏହି ସେବା କାର୍ଯ୍ୟରେ ସାହାଯ୍ୟ କରିଥିବା କବି ଅନୁପ କୁମାର ଗଡ଼ନାୟକ (ନାତିଡ଼ି), ଶଶୀପ୍ରଭା ବିଶ୍ୱାଳ (ବନ୍ତୋଲ), ସୌମ୍ୟରଞ୍ଜନ ସାହୁ (ଦୀନବନ୍ଧୁପୁର, ଢେଙ୍କାନାଳ), ସମ୍ବିତ ରଥ, ଦୀପକ କୁମାର ଅଗରୱାଲ, ସୋମେଶ ରଥ ଓ ଇଶାଣୀ ସାହୁ ସହ ସମସ୍ତ ସହଯୋଗୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ହୃଦୟରୁ ଧନ୍ୟବାଦ ଜଣାଯାଇଛି।

ସମାଜର କଲ୍ୟାଣ ନିମନ୍ତେ ଆଗାମୀ ଦିନରେ ଏଭଳି ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କରାଯାଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default