ସିନ୍ଧେକେଲା - ସିନ୍ଧେକେଲା ଥାନା ଅନ୍ତର୍ଗତ କୁଡ଼ସୁଡ଼ ନୀଳଚକ୍ର ଖେଳ ପଡ଼ିଆରେ ଚାଲିଥିବା ଫୁଟବଲ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ ମ୍ୟାଚ କୁଡ଼ସୁଡ଼ ଓ ସିହିନୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସେଥିରେ କୁଡ଼ସୁଡ଼ ଦଳ ୩ ଗୋଳରେ ବିଜୟୀ ହୋଇ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଭାବରେ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ କଣ୍ଟାମାଲ ଓ ବଙ୍ଗୋମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସେଥିରେ କଣ୍ଟାମାଲ ୨-୧ ଗୋଳରେ ବିଜୟୀ ହୋଇ ଦ୍ଵିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଥିଲା । ତେବେ ଆଜି ରବିବାର କୁଡ଼ସୁଡ଼ ଓ କଣ୍ଟାମାଲ ମଧ୍ୟରେ ଫାଇନାଲ ମ୍ୟାଚ ହେବ । ସେମିଫାଇନା ଖେଳରେ ଅତିଥି ଭାବରେ କୁଡ଼ସୁଡ଼ ପ୍ରାଣୀଧନ ନିରୀକ୍ଷକ ବସନ୍ତ ଶାଣ୍ଢ , ପ୍ରଦେଶ କଂଗ୍ରେସ କମିଟିର କନଭେନର ଡିଲେ ସାହୁ , ଟିଟିଲାଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗଙ୍କ ପ୍ରତିନିଧି କୁନା ସାହୁ , ସମାଜସେବୀ ଅନନ୍ତ ଛୁରା , ପଦ ମହାନନ୍ଦ , ୮ ନମ୍ବର ଜୋନ ସଂଯୋଜକ କାହ୍ନା ବେହେରା , ସିନ୍ଧେକେଲା ପଲ୍ଲୀଶ୍ରୀ କଲେଜର ଗ୍ରନ୍ଥାଗାର ପରିଚାୟକ ବିକାଶ ପାଢ଼ୀ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଦୁଷ୍ମନ୍ତ ମାଝୀ , ବୁଲୁ ମାଝି ,ଚୌଧର ଖେଳ ପରିଚାଳନା କରିଥିବା ବେଳେ ସୁଶୀଲ କୁମାର ପାଢୀ ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ ।
କୁଡ଼ସୁଡ଼ ନୀଳଚକ୍ର ଫୁଟବଲ ସେମିଫାଇନାଲ କୁଡ଼ସୁଡ଼ ଓ କଣ୍ଟାମାଲ ଫାଇନାଲରେ ପ୍ରବେଶ
Saturday, December 20, 2025
0

Tags