ଜୀବନରେ ସଂସ୍କାର ଅମୂଲ୍ୟ ସମ୍ପଦ : ବାଣିଜ୍ୟ ପରିବହନ ମନ୍ତ୍ରୀ

ଆଜତକ ଓଡ଼ିଶା
0

କୋରାପୁଟ :( ତ୍ରିନାଥ ପଟ୍ଟନାୟକ) କୋରାପୁଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଜୀବନରେ ସଂସ୍କାର ଅମୂଲ୍ୟ ସମ୍ପଦ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବାଣିଜ୍ୟ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଅଛନ୍ତି । ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ଉତ୍ସବକୁ ମନ୍ତ୍ରୀ ବିଭୂତି ଉଦଘାଟନ କରିଥିଲେ । ମାତୃଭାଷା ଏବଂ ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ପିତାମାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ କହିଥିଲେ । ସମ୍ମାନିତ ଅତିଥି ଭାବେ କୋରାପୁଟ ବିଧାୟକ ରଘୁନାଥ ମାଛ ଉପସ୍ଥିତ ରହି ଗୁରୁଙ୍କ ଆଜ୍ଞାଧୀନ ହୋଇ ଶିକ୍ଷା ଗ୍ରହଣ କରିବା ଅବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଯୋଗ ଦେଇ ଶିଶୁ ମନ୍ଦିରର ଶିକ୍ଷା ବ୍ୟବସ୍ଥା ଶିଶୁଙ୍କ ସର୍ବାଙ୍ଗୀନ ବିକାଶ କରିଥାଏ ବୋଲି ମତ ଦେଇଥିଲେ । ମୁଖ୍ୟବକ୍ତା ଭାବେ କବି, ଗାଳ୍ପିକ ଓ ସ୍ତମ୍ଭକାର, ଚନ୍ଦ୍ର ବିଜୟୀ ମିଶ୍ର ଯୋଗ ଦେଇଥିଲେ । ମାଟ୍ରିକ ଟପରଙ୍କୁ ମାନପତ୍ର ଏବଂ କ୍ରୀଡାରେ ଚମ୍ପିଆନ କ୍ରୀଡ଼ାବିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଅଲେଖଚନ୍ଦ୍ର ଦୋରା ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ବିଭୂଦତ୍ତ ମହାପାତ୍ର, ଉପସଭାପତି ପ୍ରଭାକର ଦାସ, କୋଷାଧ୍ୟକ୍ଷ ଏନ୍. ରମେଶ, ଯୁଗ୍ମ ସମ୍ପାଦିକା ସସ୍ମିତାରାଣୀ ବେହେରା, ସଦସ୍ୟ ପ୍ରହ୍ଲାଦ ସାହୁ ଓ ସଦସ୍ୟା ସୁମଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Post a Comment

0 Comments

Please Select Embedded Mode To show the Comment System.*

3/related/default