ରୋଗର ଜ୍ୱାଳା ସହିନପାରି ମହିଳାଙ୍କ ଆତ୍ମହତ୍ୟା
Saturday, December 06, 2025
0
କାକଟପୁର (୬/୧୨ ଅଲେଖ ବିଶ୍ଵାଳ) କାକଟପୁର ଥାନା ଅଧିନସ୍ଥ କଣ୍ଟାପଡା ପଞ୍ଚାୟତ କାଣ୍ଡିସାହି ଗ୍ରାମର ସର୍ବେଶ୍ୱର କାଣ୍ଡି ଙ୍କ ଧର୍ମପତ୍ନୀ କୌଶଲ୍ୟା କାଣ୍ଡି ଶୁକ୍ରବାର ରାତି ୮ ଘଟିକା ସମୟରେ ନିଜ ଘର ଫ୍ୟାନ ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପରିବାର ଲୋକେ କହିବା ଅନୁଯାଇ ସର୍ବେଶ୍ୱର ଏବଂ କୌଶଲ୍ୟା ଙ୍କ ମଧ୍ୟରେ କୌଣସି ପାରିବାରିକ ବିବାଦ କିମ୍ବା ବିବାଦ କେବେ ଘଟିନାହିଁ । ତେବେ କିଛି ଦିନ ହେଲା କୌଶଲ୍ୟା ଟିବି ରୋଗରେ ପୀଡିତ ହୋଇ ଚିକିତ୍ସା ହୋଇଆସୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ସ୍ୱାମୀ ଏବଂ ପୁତ୍ର ସୋସାଇଟି ରେ କ୍ଷୀର ଦେବାକୁ ଯାଇଥିବା ଜାଣି ଘରେ କେହି ନଥିବାର ସୁଯୋଗ ନେଇ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତି ନେଇ ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଥିଲେ । ଖବର ପାଇ କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ରମେଶ ଚନ୍ଦ୍ର ନିଶଙ୍କ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଏ ସଂକ୍ରାନ୍ତରେ ଥାନା କେଶ ନମ୍ବର ୧୮/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁରହିଛି ।
Tags

