ବ୍ରାହ୍ମଣପଡ଼ା ଗ୍ରାମରେ ୧୧ ତମ ସାମୁହିକ ମାଁ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ
Monday, December 01, 2025
0
ପବିତ୍ର ମାର୍ଗଶୀର ମାସ, ଗାଁ ଅନ୍ନପୂର୍ଣ୍ଣା ମହାଲକ୍ଷ୍ମୀଙ୍କ ଅତିପ୍ରିୟ ମାସ ।ମାର୍ଗଶୀର ମାସର ପ୍ରତି ଗୁରୁବାର ଦିନ ମାଁ ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାର ବିଧିବିଧାନ ରହିଛି। ମାର୍ଗଶୀର ମାସ ବୁଧବାର ସଂନ୍ଧ୍ୟା ଅଥବା ଗୁରୁବାର ଦିନ ବଡିଭୋର ରୁ ଗୃହଲକ୍ଷ୍ମୀ ମାନେ ଘରଦ୍ଵାର ଲିପାପୋଛା କରି, ଚାଉଳ ପିଠାଉ ରେ ମାଁ ମହାଲକ୍ଷ୍ମୀଙ୍କ ପାଦଚିହ୍ନ ଝୋଟି ପକାଇ ଭୋର ସକାଳୁ ଗାଁ ଙ୍କୁ ବନ୍ଧାପଣା କରି ନିଜ ଘରକୁ ବରଣକରି ଆଣନ୍ତି। ବଳରାମ ଦାସଙ୍କ ରଚିତ ମାର୍ଗଶୀର ମାଁ ମହାଲକ୍ଷ୍ମୀ ପୂରାଣରେ ଉଲ୍ଲେଖ ଅଛି ଯେ ମାଁ ମହାଲକ୍ଷ୍ମୀଙ୍କ କୋପରେ ଜଗତ ପାଳନକର୍ତ୍ତା ମହାବାହୁ ଶ୍ରୀଶ୍ରୀଶ୍ରୀଜଗନ୍ନାଥ ଓ ବଡଭାଇ ବଳିଆର ଭୁଜ ଶ୍ରୀ ବଳଭଦ୍ର ଜୀଉ ଖାଇବାକୁ ନ ପାଇ, ହା ଅନ୍ନ ଚିତ୍କାର କରି ଭୋକ ଉପାସରେ ଏଣେତେଣେ ଘୁରିବୁଲିଥିଲେ ,ହେଲେ ମାଁ ମହାଲକ୍ଷ୍ମୀଙ୍କ ଅପାର କରୁଣା ଓ ଦୟା ବଳରେ ଶ୍ରୀୟା ଚଣ୍ଡାଲୁଣୀ ଅଜସ୍ର ସଂପତ୍ତିର ମାଲିକାଣୀ ହୋଇପାରିଥିଲା। ମାର୍ଗଶୀର ମାସ ଲକ୍ଷ୍ମୀପୂରାଣକୁ ପାଥେୟ କରି ପ୍ରତି ଗ୍ରାମରେ ଘରେଘରେ ପୁରେପୁରେ ମାଁ ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରୁଥିବାବେଳେ ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଡା ଗ୍ରାମରେ ମଧ୍ୟ ଭକ୍ତି ସହକାରେ ୧୧ ତମ ସାମୁହିକ ମାଁ ମହାଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି । ଏଠାରେ ମାର୍ଗଶୀର ଶୁକ୍ଳପକ୍ଷ ତା: ୦୧ - ୧୨- ୨୦୨୫ ରିଖ ସୋମବାର ଦିନ ଠାରୁ ତା: ୦୫- ୧୨- ୨୦୨୫ ରିଖ ଶୁକ୍ରବାର ଦିନ ପର୍ଯ୍ୟନ୍ତ ଗ୍ରାମର ଶ୍ରୀଶ୍ରୀଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ମାଁ ମହାଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି । ଏହି ସାମୁହିକ ର୍ମା ମହାଲକ୍ଷ୍ମୀଙ୍କ ପୂଜାରେ ଶ୍ରୀଯୁକ୍ତ ରିତେଶ ଦୁବେ ଏବଂ ତାଙ୍କର ଧର୍ମ ପନ୍ଥୀ ନେହା ଦୁବେ କର୍ତ୍ତା ରୁପରେ ଗାଁ ର ପ୍ରତିନିଧୂ କରୁଥିବା ବେଳେ, ଶ୍ରୀଯୁକ୍ତ ଗଜେନ୍ଦ୍ର ପଣ୍ଡା ଏବଂ ତାଙ୍କର ସାଥ୍ ସରୋଜ ଦାସ ରିତିନୀତିରେ ପୂଜାକାର୍ଯ୍ୟ ତୁଲାଉଛନ୍ତି। ଏହି ସାମୁହିକ ନାଁ ମହାଲକ୍ଷ୍ମୀଙ୍କ ପୂଜାରେ ଶ୍ରୀଯୁକ୍ତ ଶିବ ଖଣ୍ଡାୟତ, ପବିତ୍ର କଶ୍ୟପ, ଶୋଭିତ ବୈଠାରୁ, ସଞ୍ଜୟ ଖଣ୍ଡାୟତ, ସଞ୍ଜୟ କଶ୍ୟପ, ପ୍ରଦ୍ୟୁମ୍ନ ବାଗ, ଅରୁଣ ପାଣ୍ଡେ, ରାଜୁ ସୁନାନୀ, ମୁନ୍ବୈ ଠାରୁ, ନିଲାମ ନିଆଲ, ଲୁଲୁ ଖଣ୍ଡାୟତ, ମୋହନ ପରଭୋଇ ତଥା ଗ୍ରାମର ସମସ୍ତ ମହିଲା ଆବାଳ ବୃଦ୍ଧ ବନିତା ଏକତ୍ରୀତ ହୋଇ ଏହି ପୂଜା କାର୍ଯ୍ୟରେ ତନ ମନ ଧନ ସହକାରେ ସାହାଯ୍ୟ ସହଯୋଗ କରୁଛନ୍ତି।ଏହି ମାର୍ଗଶୀର ମାଁ ମହାଲକ୍ଷ୍ମୀଙ୍କ ପୂଜା ଉପଲକ୍ଷେ ବ୍ରାହ୍ମଣପଡା ଗାଁ ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ପ୍ରତିଦିନ ରାତ୍ରି ସମୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
Tags

