ଯାତ୍ରା ଜଗତର ଆଗଧାଡିର ନୃତ୍ୟ ଶିଳ୍ପୀ ଦୀପକ ନାୟକ କୀଡୀନି ରୋଗରେ ଆକ୍ରାନ୍ତ

ଆଜତକ ଓଡ଼ିଶା
0

ଖୋର୍ଦ୍ଧା ୨/୨୫ : ନୃତ୍ୟ ଯାହାର ନିଶା, କଳାକାର ହେବା ଯାହାର ପେସା । ଦର୍ଶକ ମାନଙ୍କୁ ମନୋରଞ୍ଜନ ଦେବା ଯାହାର ଆନନ୍ଦ ।  ସେଇ ଭଳି ଜଣେ ଆଗ ଧାଡ଼ିର ନୃତ୍ୟ କଳାକାର ଆଜକୁ ୬ ବର୍ଷ ହେବ କିଡନୀ ରୋଗ ରେ ପୀଡ଼ିତ ଅଛନ୍ତି। ତାଙ୍କର ଦୁଇଟି କିଡନୀ ନଷ୍ଟ ହୋଇଯାଇ ଥିବାର ଡାକ୍ତରଙ୍କ ପାଖରୁ ସୂଚନା ମିଳିଛି । ସେ ଏବେ ଟାଙ୍ଗୀ ର ପଦ୍ମିନୀ କେୟାର ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି!ଡାକ୍ତର ଙ୍କ କହିବା ଅନୁସାରେ ଗୋଟିଏ ଇଞ୍ଜେକସନ ବାବଦକୁ ୨୦ ହଜାର ଟଙ୍କା ଆବଶ୍ୟକ। ତାଙ୍କର ଆର୍ଥିକ ପରିସ୍ଥିତି ଖରାପ ହେତୁ ଦୀପକ ନାୟକ ସ୍ତ୍ରୀ ଉତ୍କଳ କଳାକାର ଏକାଡେମୀ କୁ ନିବେଦନ କରିଥିଲେ। ଉତ୍କଳ କଳାକାର ଏକାଡେମୀ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ କୈଳାସ ନାୟକ ଉତ୍କଳ କଳାକାର ଏକାଡେମୀ ର welfare committee କୁ ଜଣେଇ ଥିଲେ। Welfare committee ର ସଦସ୍ୟ ସଦସ୍ୟାଙ୍କ ମଧ୍ୟରୁ ସମାଜସେବୀ ଜିତା ପଟ୍ଟନାୟକ, ସରସ୍ଵତୀ ଜେନା, ପ୍ରିୟରଞ୍ଜନ ନାୟକ, ହିମାଂଶୁ କୁମାର ନାୟକ,ସୀତାରାମ ବେଗମ, କୁନି ପଟେଲ, ମୀନକେତନ ଦାସ, ସ୍ମିତା ମହାନ୍ତି,ମଧୁ ପ୍ରଧାନ, ଗୀତାଞ୍ଜଳି ବାରିକ, ଶିବାନନ୍ଦ ଆଚାର୍ଯ୍ୟ, ଝରଣା ବେହେରା, ମାନିନୀ ଜେନା, ମହୁଆ ଧଵନ, ଆରତୀ ପରିଡ଼ା, ମାନସ ବେହେରା, କଳ୍ପନା ସିଂ, ରବିନ୍ଦ୍ର ଜେନା, ରାଜୁ ସମସ୍ତ ସମାଜସେବୀ ଭାଇ ଓ ଭଉଣୀ ମାନେ ଦୀପକ ନାୟକ ଙ୍କୁ welfare କମିଟି ତରଫରୁ ୧୪,୨୦୨ ଟଙ୍କା ଅର୍ଥ ରାଶି ସହାୟତା କରିଥିଲେ ଏବଂ ଉତ୍କଳ କଳାକାର ଏକାଡେମୀ ର associate cultural secretary ନିସ୍ତାରିଣୀ ଦତ୍ତ, ସଙ୍ଗଠନ ସମ୍ପାଦିକା ସ୍ମିତା ମହାନ୍ତି, ସମାଜସେବୀ ସ୍ୱାଗତିକା ରାଓ ଏବଂ ଉତ୍କଳ କଳାକାର ଏକାଡେମୀ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ କୈଳାସ ନାୟକ ପଦ୍ମିନୀ କେୟାର ରେ ଉପସ୍ଥିତ ରହି ଡାକ୍ତରଙ୍କ ଠାରୁ ଦୀପକ ର ସ୍ୱାସ୍ଥ୍ୟ ସମ୍ବନ୍ଧରେ ପରାମର୍ଶ କରିଥିଲେ । ଉତ୍କଳ କଳାକାର ଏକାଡେମୀ welfare କମିଟି ଓଡ଼ିଶାର ପ୍ରତି ବର୍ଗ ର କଳାକାର ମାନଙ୍କ ସୁଖ, ଦୁଃଖ, ବିପଦ ଆପଦରେ ସାଥୀ ହେବ ବୋଲି ପ୍ରତିଷ୍ଠାତା ଶ୍ରୀଯୁକ୍ତ କୈଳାସ ନାୟକ ମତପ୍ରକାଶ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default