ନୁଆପଡ଼ା ୨୬/୧୨ : ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାରେ ଉତ୍ସାହିତ କରିବା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଇଥାଏ, ଯଦ୍ୱାରା ଗତ ବର୍ଷ ମାନଙ୍କରେ ସମସ୍ତ ଶ୍ରେଣୀର ଛାତ୍ର ଛାତ୍ରୀ ବହୁ ପରିମାଣ ଉପକୃତ ହୋଇଥିଲେ। ହେଲେ ଚଳିତ ବର୍ଷ ଓଡିଶା ଷ୍ଟେଟ ସ୍କୋଲାରସିପ ପୋର୍ଟIଲ ଜରିଆରେ ରାଜ୍ୟ ସରକାର ଏହାର ଆବେଦନ ପ୍ରକ୍ରିୟାକୁ ଜଟିଳ କରି ଦେଇଛନ୍ତି ପୁଣି ଆବେଦନର ଅବଧିକୁ ଅତି ଅଳ୍ପଦିନ ପାଇଁ ରଖିଛନ୍ତି। ଆଧାରରେ ସଂଯୋଗ ମୋବାଇଲ ଜରିଆରେ ଓଟିପି, ଭିନ୍ନକ୍ଷମ ପିଲାଙ୍କ ନିଜସ୍ୱ ବ୍ୟାଙ୍କ ପାସବୁକ ପୁଣି ଏହାର ଆଧାର ସିଡିଙ୍ଗ ଓ ଗତ ପରୀକ୍ଷାର ମାର୍କସିଟ ଆଦି ଆବଶ୍ୟକ ହେଇ ଅନଲାଇନ ଆବେଦନରେ ଭିନ୍ନକ୍ଷମ ପିଲା ଓ ଅଭିଭାବକ ନାହିଁ ନ ଥିବା ଅସୁଵିଧାର ସମ୍ମୁଖୀନ ହେଉଛନ୍ତି ଯଦ୍ୱାରା ଅନେକ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଚଳିତ ବର୍ଷ ଏହି ସୁଵିଧା ରୁ ବଞ୍ଚିତ ହେବାର ସମ୍ଭାବନା ରହୁଛି। ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କର ଅଧିକାରକୁ ଆଖି ଆଗରେ ରଖି ଵାଣିଶ୍ରୀ ଛାତ୍ର ବୃତ୍ତି ଆବେଦନର ଅବଧି ମାର୍ଚ୍ଚ ମାସ ଶେଷ ତାରିଖ ଯାଏ ବୃଦ୍ଧି କରିବା ପାଇଁ ଜନ ସାଧାରଣରେ ଦାବି ହେଉଛି।
ବାଣିଶ୍ରୀ ଛାତ୍ର ବୃତ୍ତି ଆବେଦନର ଅବଧି ବୃଦ୍ଧି କରାଯାଉ
Friday, December 26, 2025
0

Tags