ନବୀନଆଇନଶୃଙ୍ଖଳା କଥା କହୁଛନ୍ତି ଯଦି ଗୃହରେ ମୁଲତବି ପ୍ରସ୍ତାବ ଆଣନ୍ତୁ : ସୁରେଶ ପୂଜାରୀ

ଆଜତକ ଓଡ଼ିଶା
0


ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ବିଜେଡିକୁ କେହି କେବେ ଭାଙ୍ଗିପାରିବେନି, ଶହେ ବର୍ଷ ରହିବ ବିଜେଡି । ପ୍ରତିଷ୍ଠା ଦିବସରେ ନବୀନଙ୍କ ଏଭଳି କଡା ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ମନ୍ତ୍ରୀ କହିଛନ୍ତି ନବୀନଙ୍କୁ ବିତର୍କ ପାଇଁ ଆହ୍ୱାନ ଦେଉଛୁ । ଆଇନଶୃଙ୍ଖଳା କଥା କହୁଛନ୍ତି ଯଦି ଗୃହରେ ମୁଲତବି ପ୍ରସ୍ତାବ ଆଣନ୍ତୁ । ସରକାର ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । ବିଜେପି ଜନସେବାରେ ବ୍ୟସ୍ତ ଅଛି, ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରିନି । ବିଜେଡି କିନ୍ତୁ ମେଣ୍ଟ ଭାଙ୍ଗିବା ବେଳେ ବିଜେପିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା ।କ୍ଷମତା ଯିବା ପରେ ତାଙ୍କର ଅନେକ ନେତା ବିଜେପି ଯୋଗାଯୋଗରେ ଅଛନ୍ତି । ବିଜେଡି ନେତାଙ୍କୁ ରଖି ପାରୁନି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଏହାସହିତ ସୁରେଶ ବିଜେଡି ଉପରେ ବର୍ଷି କହିଛନ୍ତି କ୍ଷମତା ହେଉଛି ଫେଭିକଲ୍‌ ଯାହା ଚାଲିଗଲେ ସବୁ ଭାଙ୍ଗିଯାଏ । ନବୀନ ସବୁବେଳେ ନେତାଙ୍କୁ ମାରିଛନ୍ତି, କେବେ କାହାକୁ ତିଆରି କରି ନାହାନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default