କୋଣାର୍କ (୦୪/୧୨ ଅଲେଖ ବିଶ୍ଵାଳ) ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ୩୬ ତମ କୋଣାର୍କ ଉତ୍ସବ ଅବସରରେ କୋଣାର୍କ ସ୍ଥିତ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଯୁବ ଉଦ୍ୟୋଗପତି ବିଶିଷ୍ଟ ସମାଜସେବୀ ତଥା ଓଡ଼ିଶା କର୍ମଜୀବି ସାମ୍ବାଦିକ ପୁରୀ ଜିଲ୍ଲା ଶାଖାର ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗନ୍ନାଥ ବେହୁରା, ପତ୍ନୀ ସ୍ମିତାରାଣୀ ଦଳାଇ ଏବଂ ସପତ୍ନିକ ଆଲୋକ ବେହେରାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ପରିଡ଼ା ଙ୍କ ସହ ଅତିଥି ମାନଙ୍କୁ ଓଡ଼ିଶା କର୍ମଜୀବି ସାମ୍ବାଦିକ ଗୋପ କୋଣାର୍କ ଶାଖା ଆବାହକ ଜ୍ୟୋତିଶଙ୍କର ଦାଶ ସମ୍ବର୍ଦ୍ଧିତ କରିଥିବା ବେଳେ ପୁରୀ ଜିଲ୍ଲା କୋଷାଧ୍ୟକ୍ଷ ବିଚିତ୍ର ଓଝା, ସାମାଜିକ ଗଣମାଧ୍ୟମ ସଂଯୋଜକ ଅଲେଖ କୁମାର ବିଶ୍ଵାଳ ଏଵଂ ବରିଷ୍ଠ ସଭ୍ୟ ଅରୁଣ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ଅତିଥି ମାନେ କୋଣାର୍କ ମୁକ୍ତ ଆକାଶ ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହେଉଥିବା କୋଣାର୍କ ଉତ୍ସବ ର ତୃତୀୟ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ପାରମ୍ପରିକ ଓଡ଼ିଶୀ ନୃତ୍ୟ ଏଵଂ ଚନ୍ଦ୍ରଭାଗା ଠାରେ ରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତୀୟ ବାଲୁକା କଳା ଶିଳ୍ପ ଆଦି ପରିଦର୍ଶନ କରିଥିଲେ ।
୩୬ତମ କୋଣାର୍କ ଉତ୍ସବ ଅବସରରେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସମ୍ଭର୍ଦ୍ଧିତ
Thursday, December 04, 2025
0

Tags