ବିପଦ ଡାକୁଛି ସିନ୍ଧେକେଲା ବାଳିକା ବିଦ୍ୟାଳୟ , ଦିନେ ନା ଦିନେ ଘଟିବ ଅଘଟଣ

ଆଜତକ ଓଡ଼ିଶା
0

ସିନ୍ଧେକେଲା,୧୫/୧୨ (ଦୀନେଶ ଜୈନ) - ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଥାନା ନିକଟ ତଥା ବ୍ୟସ୍ତବହୁଲ ମେନରୋଡ଼ ପାର୍ଶ୍ବରେ ରହିଛି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଉକ୍ତ ବିଦ୍ୟାଳୟର ପୁରୁଣା କୋଠରୀ ଗୁଡିକ ବହୁ ଦିନ ରୁ ଭାଙ୍ଗି ଯାଇଥିବାରୁ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ସେହି ଭଙ୍ଗା ଦଦରା କୋଠରୀ କୁ ଲାଗି ନୂଆ କୋଠରୀ ଗୁଡିକ ତିଆରି ହୋଇ ପାଠ ପଢା ଚାଲିଛି । ଏବେ ଯେଉଁ କୋଠରୀ ଗୁଡିକରେ ପାଠପଢା ଚାଲିଛି ସେହି କୋଠରୀ ଆଡକୁ ଗଲାବେଳେ ସେହି ଭଙ୍ଗା କୋଠରୀ ଦେଇ ଯିବାକୁ ପଡୁଛି ଯାହା ଫଳରେ ଛାତ୍ରଛାତ୍ରୀ ସହ ଶିକ୍ଷୟିତ୍ରୀ ମାନଙ୍କ ଉପରେ କେତେବେଳେ ଯେ ଅଘଟଣ ହେବ ତାହା କହି ହେବ ନାହିଁ । ଭଙ୍ଗା ଦଦରା ଅବସ୍ଥାର କୋଠରୀ ଗୁଡିକର ସମସ୍ତ କବାଟ ଝରକା ଆଦି ଭାଙ୍ଗି ଯାଇଥିବାରୁ ସବୁବେଳେ ଖୋଲା ପଡିଛି ଯାହା ଫଳରେ ସେଠାରେ ଲୋକେ ମଳମୂତ୍ର ତ୍ୟାଗ କରିବା ସହ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ସ୍କୁଲ ପାଠ ପଢା ଚାଲୁଥିବା ସମୟରେ ମଧ୍ୟ ସେଠାରେ ଆଡ୍ଡା ଜମୁଥିବାରୁ ଛାତ୍ରଛାତ୍ରୀ ତଥା ଶିକ୍ଷୟିତ୍ରୀ ସୁରକ୍ଷିତ ମଣୁନାହାନ୍ତି । ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆ ଯାଉ ନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । କିଛି ନ ହେଲେ ବି ଉକ୍ତ ଜରାଜୀର୍ଣ୍ଣ କୋଠରୀ ଗୁଡିକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ସଫା କରାଯିବା ପାଇଁ ଲୋକେ ଦାବି କରିଛନ୍ତି ଯାହା ଫଳରେ ବିପଦ ସୃଷ୍ଟି ହେବାରୁ ବଞ୍ଚିତ ହୋଇପାରିବେ । ଏହି ପ୍ରସଙ୍ଗ କୁ ନେଇ ବିଦ୍ୟାଳୟ ଅଭିଭାବକ ମଣ୍ଡଳୀ ତଥା ବିଦ୍ୟାଳୟ ପରିଚାଳନା ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ କରି ଉକ୍ତ ବିଷୟରେ ଗୁରୁତ୍ୱ ଦେଇ ଉଚ୍ଚ କତ୍ତୃପକ୍ଷଙ୍କୁ ଜଣାଇବାକୁ ପ୍ରସ୍ତାବ ଦେଇ ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ , ବିଡିଓ , ସ୍ଥାନୀୟ ସରପଞ୍ଚ ଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।ସେଥିରେ ଦର୍ଶା ଯାଇଥିଲା ଯେ ଛାତ୍ରଛାତ୍ରୀମାନେ ଭଙ୍ଗାକୋଠା ମାନଙ୍କ ଉପରକୁ ମନା କରିବା ସତ୍ତ୍ୱେ ଚଢି ଯାଉଛନ୍ତି । ପୁରୁଣା କୋଠରୀର ଟିଣ ଚଦର ବଡ଼ ବଡ଼ କାଠ ପାଟି ଚନଖା ତଥା ଭଙ୍ଗା କାନ୍ଥ କେତେବେଳେ ବି ତାଙ୍କ ଉପରେ ପଡି ଯାଇପାରେ । ଭଙ୍ଗା କୋଠରୀ ମାନଙ୍କ ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିମାନେ ସେଠି ଦିନରାତି ତାଙ୍କର ଆଡ୍ଡାସ୍ଥଳୀ କରିଛନ୍ତି । ମଦ ଗଞ୍ଜେଇ ସେବନ କରି ମଦ ବୋତଲ ମଦ ପାଉଚ ବିଦ୍ୟାଳୟ ସାରା ଫିଙ୍ଗୁଛନ୍ତି । ଶ୍ରେଣୀ କୋଠରୀ ସମ୍ମୁଖରେ ଝାଡା ପରିସ୍ରା କରି ବହୁ ଅପରିଷ୍କାର କରୁଛନ୍ତି ।ଶ୍ରେଣୀ ଚାଲିଥିବା ସମୟରେ ଛାତ୍ରୀମାନେ ବସିଥିବା କୋଠରି କୁ ପଶି ଆସି ନାନାଦି ଅଶ୍ଳୀଳ ବ୍ୟବହାର କରନ୍ତି । ଯଦ୍ୱାରା ଛାତ୍ରୀମାନେ ଭୟଭୀତ ହୋଇ ପଡନ୍ତି । ଶ୍ରେଣୀ କୋଠରି ତଥା ଶୌଚାଳୟ ର ତାଲା କୁ ବାରମ୍ବାର ଭାଙ୍ଗି ଶୌଚାଳୟ କୁ ଅପରିଷ୍କାର କରିବା ସଙ୍ଗେ ସଙ୍ଗେ ଶ୍ରେଣୀ କୋଠରିରେ ଥିବା ଆସବାପତ୍ର କୁ ନଷ୍ଟ କରୁଛନ୍ତି । ଏପରି ବାତାବରଣରେ ବିଦ୍ୟାଳୟରେ ପାଠ ପଢେଇବା ଚିନ୍ତାର ବିଷୟ ପାଲଟିଛି । ଏଣୁ ଏହି ପରିସ୍ଥିତିରେ ବିଦ୍ୟାଳୟ ଚାଲିଥିବା ବେଳେ ଭବିଷ୍ୟତରେ କିଛି ଅଘଟଣ ଘଟେ ସେଥିପାଇଁ ପ୍ରଧାନ ଶିକ୍ଷୟିତ୍ରୀ ତେଉତ୍ତରଦାୟୀ ରହିବେ ନାହିଁ ବୋଲି ସିଧାସଳଖ ଉଲ୍ଲେଖ କରାଯାଇଛି । ଉଚ୍ଚ କତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଆକର୍ଷଣ କରି ବିହିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default