ପ୍ରଶାସନର କେନାଲ ଖୋଳାକୁ ନେଇ ଗ୍ରାମବାସୀଙ୍କ ବିରୋଧ ପୋଲିସ ସହ ଧସ୍ତାଧସ୍ତି ବିରୋଧ କରୁଥିବା କିଛି ଗ୍ରାମବାସୀଙ୍କୁ ଉଠାଇ ନେଲା ପୋଲିସ

ଆଜତକ ଓଡ଼ିଶା
0

ଭୁବନେଶ୍ୱର /ପୁରୀ (ସମୀର ରଞ୍ଜନ ନାୟକ) ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ଗାଁରେ ପ୍ରଶାସନ ପକ୍ଷରୁ କେନାଲ ଖୋଳିବାକୁ ଯାଇଥିବା ବେଳେ ଗ୍ରାମବାସୀ ମାନେ ତୀବ୍ର ବିରୋଧ କରିଛନ୍ତି । ଫଳରେ ପୁଲିସ ସହିତ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । କେନାଲ ଖୋଳାକୁ ବିରୋଧ କରୁଥିବା କିଛି ଗ୍ରାମବାସୀଙ୍କୁ ପୁଲିସ ଉଠାଇ ନେଇଥିବା ଖବର ମିଳିଛି । ଖବର ଅନୁଯାୟୀ, ଗାଁରେ ଚାଲିଥିଲା କେନାଲ ଖୋଳା ।ଯାହାକୁ ବିରୋଧ କରୁଥିଲେ ସ୍ଥାନୀୟ ଲୋକେ । ଏପିରିକି କେନାଲ ନଖୋଳାଇ ଦେବାକୁ ହରିଦାସ ଗାଁ ମହିଳାଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା । ଏପିରିକି କେନାଲ ପାଖରେ ବିରୋଧ କରାଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହରିଦାସ ଓ କୁସୁବେଣ୍ଟିର ଗାଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲେ । ସେପଟେ ଘଟଣାସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଉ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ପୋଲିସ ସହ ଗାଁ ଲୋକଙ୍କ ମୁହାଁମୁହିଁ ହୋଇଥିଲେ । ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଘଟଣାସ୍ଥଳରେ ଶୋଇଲେ ଏକାଧିକ ଲୋକେ।

Post a Comment

0 Comments

Please Select Embedded Mode To show the Comment System.*

3/related/default