ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ସଭାଗୃହରେ ଶକ୍ତି ଟିଭିର ପଞ୍ଚମ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ଗରିମାମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ସଫଳତାର ସହିତ ଅନୁଷ୍ଠିତ

ଆଜତକ ଓଡ଼ିଶା
0

କଳାହାଣ୍ଡି ଗଣତନ୍ତ୍ର ର ସାଧାରଣ ଜନତାଙ୍କ ପ୍ରମୁଖ ସ୍ୱର ହେଉଛନ୍ତି ସାମ୍ବାଦିକ। କେବଳ ସତ୍ୟ ଖବରକୁ ନିରପେକ୍ଷ ଭାବେ ଶବ୍ଦାୟନ କରିବା ସାମ୍ବାଦିକର ଧର୍ମବୋଲି ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ସଭାଗୃହରେ ଶକ୍ତି ଟିଭିର ପଞ୍ଚମ ବାର୍ଷିକ ସ୍ଵନକ୍ଷତ୍ର ପାଳନ ଅବସରରେ ମତ ପ୍ରକାଶ ପାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ପୂର୍ବତନ ମନ୍ତ୍ରୀ ଶ୍ରୀ ହିମାଂଶୁ ଶେଖର ମେହେର ଶକ୍ତି ଟିଭିର ସାମାଜିକ ଓ ସାମ୍ବାଦିକ ଅବଦାନ ଉପରେ ଏକ ସାରଗର୍ଭକ ଓ ପ୍ରେରଣାଦାୟକ ଭାଷଣ ଦେଇଥିଲେ। ସେ ତାଙ୍କ ଭାଷଣରେ ୧୭୮୦ ମସିହାରେ ଭାରତର ପ୍ରଥମ ସମ୍ବାଦପତ୍ର ପ୍ରକାଶ ପାଇଥିବା କଥା ଉଲ୍ଲେଖ କରି ସାମ୍ବାଦିକତାର ଐତିହ୍ୟ ଓ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ଈର୍ଷା–ବିଦ୍ୱେଷରୁ ଉପରେ ରହି ସତ୍ୟନିଷ୍ଠ ସମ୍ବାଦ ପ୍ରସ୍ତୁତ କରିବାକୁ ସେ ସାମ୍ବାଦିକମାନଙ୍କୁ ଆହ୍ୱାନ ଜଣାଇଥିଲେ।

ଶକ୍ତି ଟିଭିର ମୂଖ୍ୟ ସଂପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀ ସଂପାଦକୀୟ ପାଠ ପଢ଼ିବା ସମୟରେ ଭାବାବିହୋଲ ହୋଇପଡ଼ିଥିବା ଦୃଶ୍ୟ ସଭାସ୍ଥଳରେ ଉପସ୍ଥିତ ସଭ୍ୟମାନଙ୍କୁ ଗଭୀର ଭାବେ ସ୍ପର୍ଶ କରିଥିଲା।

ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୂର୍ଵ ଓଡ଼ିଶା ବ୍ୟୁରୋ ଚିଫ୍ ପ୍ରଦୀପ କୁମାର ଦାସ ତାଙ୍କ ଭାଷଣରେ କହିଥିଲେ ଯେ ସେ କଳାହାଣ୍ଡିର ବୀର ସନ୍ତାନ ରେଣ୍ଡୋ ମାଝୀଙ୍କ ଅବଦାନରୁ ପ୍ରେରଣା ନେଇ ଏବଂ ମା ମାଣିକେଶ୍ଵରୀଙ୍କ ଆଶୀର୍ବାଦ ସହ ସତ୍ୟ ଓ ନ୍ୟାୟର ପଥରେ କାର୍ଯ୍ୟ କରୁଛନ୍ତି। ସେ ସ୍ପଷ୍ଟ କରି କହିଥିଲେ—ରାଜନୀତିଜ୍ଞ, ବ୍ୟୁରୋକ୍ରେଟ୍ କିମ୍ବା ସାହୁକାର, ସତ୍ୟର ରାସ୍ତାରେ କାହାକୁ ମଧ୍ୟ ଛାଡ଼ାଯିବ ନାହିଁ।

ରାଜ୍ୟ ହ୍ୟୁମାନ୍ସ ରାଇଟ୍ସ ସଭାପତି ଶ୍ରୀ ପ୍ରସନ୍ନ କୁମାର ଗୁରୁ ସାମ୍ବାଦିକମାନଙ୍କ ମୂଳମନ୍ତ୍ର—ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ସତ୍ୟ ପାଇଁ ଲଢ଼େଇ—ବୋଲି କହିଥିଲେ।

ବାବା ପବିତ୍ର ଶବର ଶକ୍ତି ଟିଭି ଆଗାମୀ ଦିନରେ ସମାଜର ଅନେକ ଅନକହା ସତ୍ୟକୁ ମୁହଁମୁହିଁ ଆଣିବାକୁ ଆହ୍ୱାନ ଜଣାଇଥିଲେ। ସେହିପରି ବୈଦ୍ୟରାଜ ତଥା ବିଶିଷ୍ଟ ସମାଜସେବୀ ଧର୍ମୁ ନାଏକ ଦୈନିକ ଖାଦ୍ୟ ପାନୀୟ ଓ ଜୀବନଶୈଳୀ କୁ ସଚେତନତା ଅବଲମ୍ବନ କରିବାପାଇଁ ନିବେଦନ କରିଥିଲେ।

ମୁଖ୍ୟବକ୍ତା ଡ଼. ଉମେଶ ଚନ୍ଦ୍ର ଶତପଥୀ ସାମ୍ବାଦିକତାର ଦାୟିତ୍ୱ ଓ ସମୟର ଆବଶ୍ୟକତା ଉପରେ ସାରଗର୍ଭକ ଆଲୋଚନା କରିଥିଲେ।

ସଭାର ମଞ୍ଚ ପରିଚାଳନା କରିଥିଲେ ବିରଞ୍ଚି ନାରାୟଣ ମୁଣ୍ଡ।
ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ରାମ କୁମାର ସେନାପତି ଉଦ୍ୟକ୍ତା ଭାବେ ସାରଗର୍ଭକ ଭାଷଣ ଦେଇଥିବାବେଳେ ଜିଲ୍ଲା ପ୍ରତିନିଧି କବିରାଜ ଦୁର୍ଗାଙ୍କ ତତ୍ୱାବଧାନ ତଥା, ଅତିରିକ୍ତ ଜିଲ୍ଲା ପ୍ରତିନିଧି ଅଙ୍ଗଦ ନାଏକ, ସ୍ୱତନ୍ତ୍ର ପ୍ରତିନିଧି ଟଙ୍କଧର ବିହାରୀ, ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଜନ୍ମେଜୟ ନାଏକ, ଧର୍ମଗଡ଼ ସ୍ୱତନ୍ତ୍ର ପ୍ରତିନିଧି କୁଞ୍ଜବନ ଛତ୍ରିଆ,ଜୁନାଗଡ଼ ପ୍ରତିନିଧି ଜିତେନ୍ଦ୍ର ମେହେର, ଗୋଲାମୁଣ୍ଡା ପ୍ରତିନିଧି ଦୀପକ ଭତ୍ରିଆ,ନର୍ଲା ପ୍ରତିନିଧି ଲିଙ୍ଗରାଜ ମିଶ୍ର,କୋକସରା ପ୍ରତିନିଧି ଗୁଣନିଧି ବାଗଙ୍କ ସହଯୋଗରେ ଶକ୍ତି ଟିଭିର ୫ମ ସ୍ଵନକ୍ଷୟତ୍ର କାର୍ଯ୍ୟକ୍ରମର ସଫଳ ଆୟୋଜନ କରାଯାଇଥିଲା।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଦ୍ୱିତୀୟ ପର୍ଯ୍ୟାୟ:

ପୂଜ୍ୟପୂଜା ଉପଲକ୍ଷେ ଅନୁଷ୍ଠିତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭବାନୀପାଟଣା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅନାମ ନାଏକ, ମୁଖ୍ୟ ବକ୍ତା ଡାକ୍ତର କେଦାର ନାଥ ଖମାରୀ ଭିଏଏସ ତଥା ଜିଲ୍ଲା ତାଲିମ ସଂଯୋଜକ ଓ ସମ୍ମାନୀତ ଅତିଥି ଶ୍ରୀ ହିମାଂଶୁ ଶେଖର ମୁଣ୍ଡ, ଅଧ୍ୟାପକ, ଅରେବେଡା ମହାବିଦ୍ୟାଳୟ ପ୍ରମୁଖ ଯୋଗଦେଇଥିଲେ।

ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ଆସିଥିବା କଳାକାର, ଡାକ୍ତର, ସାମ୍ବାଦିକ, ସମାଜସେବୀ, ନୃତ୍ୟଶିଳ୍ପୀ, ଗୀତିକାର, ଗାୟକ ଓ ଅଭିନେତାମାନେ ଏହି ମଞ୍ଚରେ ସମ୍ମାନିତ ହୋଇଥିଲେ।

ସାଂସ୍କୃତିକ ସଂଧ୍ୟା:

ରୋହିତ ଦୁର୍ଗାଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ ସଂଧ୍ୟାରେ କାହ୍ନଆ ମ୍ୟୁଜିକର କଳାକାର ଦିଲ୍ଲୀପ କୁମାର ଯାନୀ, ସମିତା ମହାପତ୍ର, ସୁପ୍ରିତ ପତି, ଅଶୋକ ଦାସ, ନିରଞ୍ଜନ ନାଏକ ଓ ସହଯୋଗୀମାନଙ୍କ ଗୀତ–ସଙ୍ଗୀତ ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲା।

ଶକ୍ତି ଟିଭି ଆଗକୁ ଯିବ—ସତ୍ୟ, ସାହସ ଓ ସମାଜ ସେବାର ପଥରେ।

Post a Comment

0 Comments

Please Select Embedded Mode To show the Comment System.*

3/related/default