ସମସ୍ୟାଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ,ଶୀଘ୍ର ସ୍ଥିତି ସୁଧାରିବା ପାଇଁ ଅଭିଭାବକ ମାନଙ୍କ ଦାବୀ

ଆଜତକ ଓଡ଼ିଶା
0


ନୁଆପଡ ୧୩ / ୧୨ : ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଛି, ସେଥିପାଇଁ ଆଜି ଅଭିଭାବକମାନେ ସ୍ଥିତି କେବେ ସୁଧାରିବ ବୋଲି ଅଭିଯୋଗ ଆଣିଛନ୍ତି। ମଙ୍ଗଳବାର ଦିନ ଡିଏସଡବ୍ଲୁ ଏବଂ କୋମନା ସିଡ଼ିପିଓ ଦେବକୀ ମଲ୍ଲିକ ଉକ୍ତ ଆଶ୍ରମକୁ ପରିଦର୍ଶନ କରିଥିଲେ। ସେହି ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ବ୍ୟାଙ୍କ କାମରେ ଯାଇଥିବାରୁ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ। ପରେ ମଧ୍ୟାହ୍ନ ଭୋଜନର ଯାଞ୍ଚ କରିଥିଲେ। ଏହି ଦିନ ବିଦ୍ୟାଳୟରେ 280 ଜଣ ପିଲା ଉପସ୍ଥିତ ଥିଲେ। ହେଲେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଖାଇବା ମିଳି ନଥିଲା। ପାଖାପାଖି 100ଜଣ ଛାତ୍ରଛାତ୍ରୀ ଖାଲି ପ୍ଲେଟ ଧରି ଭୋକରେ ନିଜ ନିଜ କ୍ଲାସରୁମକୁ ଚାଲି ଯାଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ କହିବାନୁସାରେ ପ୍ରତ୍ୟେକ ଦିନ ଏମିତି ଅଧା ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଖାଇବା ସମସ୍ୟା ରହିଛି ବୋଲି ପ୍ରକାଶ କରିଛନ୍ତି। ଯେଉଁ ଏସଏଚଜି ମହିଳା ଗ୍ରୁପକୁ ରୋଷଇ ଦାୟିତ୍ୱ ଦିଆଯାଇଛି ସେମାନଙ୍କ ଅବହେଳା ଓ ସଠିକ ମାତ୍ରାରେ ଖାଦ୍ୟ ସାମଗ୍ରୀ ରୋଷଇ କରିବା ଅସୁବିଧା ଯୋଗୁଁ ଏହି ଅବ୍ୟବସ୍ଥା ଲାଗି ରହୁଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହି ଖାଦ୍ୟ ରୋଷେଇ ଦାୟିତ୍ୱ ରେ ଜୟ ମା ବଞ୍ଜାରେନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ରହିଛନ୍ତି।ଆଉ ମଧ୍ୟ ଆଗରୁ ବିଦ୍ୟାଳୟରେ ପିଲାମାନଙ୍କୁ ପଚା ଅଣ୍ଡା ଓ କୀଟ ଥିବା ସୋୟାବିନ ବଡି ଦିଆଯାଇଥିବା ସୂଚନା ମିଳିଛି। ବିଦ୍ୟାଳୟ ରେ ଏପର୍ଯ୍ୟନ୍ତ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇ ପାରି ନାହିଁ। ଶିକ୍ଷକଙ୍କ ଦାୟିତ୍ୱ କେତେ ସମୟ କାହାକୁ ଦିଆ ଯାଇଛି ତାର ଚାର୍ଟ ପ୍ରସ୍ତୁତ କରାଯାଇନାହିଁ। ଆଶ୍ରମ ବିଦ୍ୟାଳୟ ର ଝିଅ ମାନଙ୍କ ରଖିବା ପଛ ପଟେ ପାଚେରୀ ନିର୍ମାଣ ହୋଇନାହିଁ ଓ ପାଣି ସମସ୍ୟା ମଧ୍ୟ ରହିଅଛି। ତେଣୁକରି ବିଭିନ୍ନ ସମସ୍ୟା ର ଓ ବିଦ୍ୟାଳୟ ର ସ୍ଥିତି ସୁଧରିବା ପାଇଁ ପୂର୍ବତନ ବିଦ୍ୟାଳୟ ଚେୟାରମ୍ୟାନ ତଥା ଅଭିଭାବକ ଗୌତମ ମାଝୀ, ଲକ୍ଷିଧର ମାଝୀ, ଅନ୍ତ ସାହୁ, ଦୁର୍ଯ୍ୟୋଧନ ସେଠି, କମଳା ମାଝୀ, କିଆ ସାହୁ, ଜଗଦିଶ ଅହୀର ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ନିକଟରେ ଦାବୀ ରଖିଛନ୍ତି। ତେବେ ଦେଖିବାକୁ ବାକି ରହିଲା ସମସ୍ୟାର ସମାଧାନ କେବେ ହେଉଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default