ନୁଆପଡ଼ା ୨୭/୧୨ : ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଦାଦନ ଦଲାଲ। ଆଜି କୋମନା ବସ୍ ଷ୍ଟାଣ୍ଡରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୬ ଜଣ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି।ସେମାନେ ହେଲେ ପିତାମ୍ବର ତାଣ୍ଡି (୩୦) ନକୁଳ ତାଣ୍ଡି (୩୫)ରଘୁ ତାଣ୍ଡି (୬୦) ନରେଶ ରଣା (୨୯) ସବ୍ୟା ତାଣ୍ଡି (୩୦) କମଳା ତାଣ୍ଡି (୫୫) ବୋଲି ଜଣା ପଡିଛି। ବିଶେଷ ସୂତ୍ରରୁ ଖବର ପାଇ କୋମନା ଥାନା ପୋଲିସ ବସ୍ ଷ୍ଟାଣ୍ଡ ପରିସରରେ ହଠାତ୍ ଚଢ଼ାଉ କରିଥିଲା। କିଛି ଶ୍ରମିକ ବାହାର ରାଜ୍ୟକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ବୈଧ କାଗଜପତ୍ର ନଥିବାରୁ ଏହା ଏକ ଦାଦନ ଚାଲାଣ ବୋଲି ସ୍ପଷ୍ଟ ହୋଇଛି।ପୋଲିସ ମୋଟ ୬ ଜଣଙ୍କୁ ଉଦ୍ଧାର କରି ସେମାନଙ୍କୁ ନିଜ ଗ୍ରାମକୁ ଫେରାଇବା ପାଇଁ ବ୍ୟବସ୍ଥା କରୁଛି।ଏହି ଚାଲାଣ ଘଟଣାରେ ସମ୍ପୃକ୍ତ ଥିବା ଦଲାଲ ଫେରାର ରହିଥିବା ପୋଲିସ ପ୍ରକାଶ କରିଛି।ଅପରପଟରେ ଅଞ୍ଚଳରେ ଦାଦନ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ କାମ ନମିଳିବା ଓ ଦଲାଲଙ୍କ ପ୍ରଲୋଭନ କାରଣରୁ ଗରିବ ଶ୍ରମିକମାନେ ବିପଦପୂର୍ଣ୍ଣ ଭାବେ ବାହାରକୁ ଯାଉଛନ୍ତି। ଦଲାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
କୋମନା ପୋଲିସର ଚଢ଼ାଉ : ବସ୍ ଷ୍ଟାଣ୍ଡରୁ ୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର
Friday, December 26, 2025
0

Tags