କୁଲିଆବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ

ଆଜତକ ଓଡ଼ିଶା
0

ନୁଆପଡା : (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଲିଆବନ୍ଧା ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ମୋଟ ୨୪ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯକ୍ରମ ରେ ସମ୍ମାନିତ ଅତିଥି ଭାବରେ ଗ୍ରାମର ସମାଜ ସେବୀ ତଥା ପୂର୍ବତନ ସରପଂଚ ହିରାଲାଲ ପଟେଲ, ସମାଜ ସେବୀ ଲୋହିତ ଶବର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସେବକ ରାମ ପଟେଲ ଯୋଗ ଦେଇଥିଲେ ।ବିଚାରକ ଭାବରେ ଧନୋରା ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ବ୍ୟାସ ଦେବ ସାହୁ ବିଚାରକ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟ ର ଶିକ୍ଷକ ନାନ୍ତା ମାଝୀ, ପଦନ କୁମାର ସିଂହ,ହୃଷୀକେଶ ସାହୁ,ମନୋଜ କୁମାର ବରିହା, ପବିତ୍ର କୁମାର୍ ଦେଓ ପ୍ରକଲ୍ପ ଗୁଡ଼ିକୁ ପ୍ରସ୍ତୁତ କରିବାରେ ଛାତ୍ର ଛାତ୍ରୀ ମାନଙ୍କୁ ସାହାଯ୍ୟ କରିଥିଲେ । ରବି ଶଙ୍କର ଭୋଇ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default