ଅମୃତ ଭାରତ ସ୍କିମରେ ୧୩୦୦ ଷ୍ଟେସନର ବିକାଶ, ଆଧୁନିକୀକରଣ ଲାଗି ୬୦ ହଜାର କୋଟି ପୁଞ୍ଜି ନିବେଶ: ଅଶ୍ୱିନୀ ବୈଷ୍ଣବ

ଆଜତକ ଓଡ଼ିଶା
0


ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ରେଳ ପ୍ରକଳ୍ପର ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରହିଛି । କେନ୍ଦ୍ରର ଅମୃତ ଭାରତ ଷ୍ଟେସନ ସ୍କିମରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଷ୍ଟେଶନ ଗୁଡ଼ିକରେ ଭିତ୍ତିଭୂମି ବିକଶିତ କାର୍ଯ୍ୟ ଚାଲିଛି । ଏହି ସ୍କିମରେ ୧୩୦୦ରୁ ଅଧିକ ଷ୍ଟେଶନର ଅପ୍‌ଗ୍ରେଡ କରାଯାଉଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଷ୍ଟେସନ ଗୁଡିକର ବିକାଶ ହେବା ସହ ଅନ୍ୟ ଭିତ୍ତିଭୂମି କ୍ଷେତ୍ରରେ ରେଲ୍‌ୱେର ସଫଳତା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ।ସେ କହିଛନ୍ତି ଯେ, ଷ୍ଟେଶନ ବିକାଶ ଲାଗି ବିଶ୍ୱର ବିଭିନ୍ନ ଦେଶ ୩ରୁ ୪ ବର୍ଷ ଲାଗି ରେଳ ଟ୍ରାଫିକକୁ ବାତିଲ କରିଥାନ୍ତି। ମାତ୍ର ଭାରତ ଏ କ୍ଷେତ୍ରରେ ଉଭୟ ଯାତ୍ରୀ ସେବା ଏବଂ ବିକାଶ କାର୍ଯ୍ୟକୁ ଆଗକୁ ବଢ଼ାଇଛି। ସ୍ୱାଧୀନତା ପରଠୁ ପ୍ରଥମ ଥର ଲାଗି ଷ୍ଟେସନଗୁଡ଼ିକର ଆମୂଳଚୂଳ ପରିବର୍ତ୍ତନ କରାଯାଉଛି। ଷ୍ଟେସନଗୁଡ଼ିକର ଆଧୁନିକୀକରଣ ଲାଗି ୬୦ ହଜାର କୋଟି ଟଙ୍କା ବିନିଯୋଗ ହେଉଛି। ଏହା ଦ୍ୱାରା ଯାତ୍ରୀମାନେ ବିଶ୍ୱସ୍ତରୀୟ ସେବା ଲାଭ କରିପାରିବେ। ଷ୍ଟେସନ ଗୁଡ଼ିକ ୱାର୍ଲଡ କ୍ଲାସ ଟ୍ରାଞ୍ଜିଟ ହବ୍‌ ଭାବେ ବିକଶିତ ହେବ । ସେହିଭଳି କୋଭିଡ କଟକଣା ପରଠାରୁ ବର୍ତ୍ତମାନ ଦୈନିକ ହାରାହାରି ଟ୍ରେନ ସେବା ୧୧,୭୪୦କୁ ବଢ଼ିଛି। ଏହା କୋଭିଡ ପୂର୍ବରୁ ୧୧,୨୮୩ ଥିଲା। ୨୨୩୮ ମେଲ୍‌ ଏବଂ ଏକ୍ସପ୍ରେସ ସେବାରେ ରହିଛି। ଯାହା କୋଭିଡ ପୂର୍ବ ସ୍ତର ୧୭୬୮ଠାରୁ ୪୭୦ ଅଧିକ। ଆରାମଦାୟକ ଦୀର୍ଘ ଏବଂ ସ୍ୱଳ୍ପ ଦୂରଗାମୀ ଯାତ୍ରା ଲାଗି ସ୍ୱଦେଶୀ ଭାବେ ନିର୍ମିତ ବନ୍ଦେ ଭାରତ ସ୍ଲିପର ଟ୍ରେନ ଏବେ ପ୍ରସ୍ତୁତ ହୋଇ ରହିଛି। ଏହାର ୨ଟି ରେକ୍‌ ଏବେ ପରୀକ୍ଷଣ କରାଯାଉଛି। ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ। 


ସେହିପରି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ଲାଗି ୫୮୬୮ ରେଳ ଷ୍ଟେଶନଗୁଡ଼ିକରେ ହ୍ୱିଲ୍‌ ଚେୟାର ବ୍ୟବସ୍ଥା କରାଯାଇଛି । ୭୯ ପ୍ରମୁଖ ଷ୍ଟେସନରେ ୧୯୬ ବ୍ୟାଟେରି-ଚାଳିତ ଯାନ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ରୋଗୀ ଏବଂ ଗର୍ଭବତୀ ମହିଳାଙ୍କ ସେବାରେ ନିୟୋଜିତ ରହିଛି । ଦିବ୍ୟାଙ୍ଗ ଏବଂ ରୋଗୀଙ୍କ ଲାଗି ଅନ୍‌ଲାଇନ ଟିକଟରେ ରିହାତି ଦିଆଯାଉଛି । ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ରେଳ ଓଭର୍‌ ବ୍ରିଜ (ଆର୍‌ଓବି ) ଏବଂ ରେଳ ଅଣ୍ଡର ବ୍ରିଜ(ଆର୍‌ୟୁବି) ସଂଖ୍ୟା ୩ ଗୁଣ କରାଯାଇଛି। ୨୦୦୪ରୁ ୨୦୧୪ ମଧ୍ୟରେ ଏହା ୪୧୪୮ ନିର୍ମାଣ ହୋଇଥିବା ବେଳେ ଗତ ୧୧ ବର୍ଷରେ ୧୩,୬୦୦ ଆର୍‌ଓବି-ଆର୍‌ୟୁବି ନିର୍ମାଣ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ ଉଲ୍ଲେଖ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default