ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ସମ୍ପୂର୍ଣ ରୁପେ ଫେଲ, ଏହାର ଜଳନ୍ତ ଉଦାହରଣ ମାଲିଶିରା ଗ୍ରାମ ପଞ୍ଚାୟତ ର ବଗର୍ତ୍ତି ପଡ଼ା
Thursday, December 11, 2025
0
ମୁରିବାହାଲ ୧୦|୧୨ (ଆଜତକ ଓଡିଶା) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ମାଲିସିରା ଗ୍ରାମପଞ୍ଚାୟତର ଖରାଳି ବଗର୍ତ୍ତି ପଡ଼ା ଠାରେ ଥିବା ନଳକୂପ ସମ୍ମୁଖରେ ଗାତହୋଇ ପାଣି ନଳକୂପ ରେ ପଶୁଥିବା ଦେଖିବାକୁ ମିଳିଛି ସେହି ଅପରିଷ୍କାର ପାଣି ନଳକୂପରେ ପଶୁଥିବା ବେଳେ ଲୋକମାନେ ବ୍ୟବହାର କରୁଛନ୍ତି । ଯେହେତୁ ଅନ୍ୟ କୌଣସି ନଳକୂପ ନ ଥିବାରୁ ବାଧ୍ୟ ହୋଇ ବ୍ୟବହାର କରି ଅନେକ ରୋଗରେ ପୀଡ଼ିତ ହୋଇ ହଇରାଣର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଏଠାରେ ସମ୍ପୂର୍ଣ ରୁପେ ଫେଲ ପ୍ରମାଣିତ ହୋଇଛି । ସରପଞ୍ଚ ଦେବରାଜ ପାତ୍ର ଙ୍କୁ ବାରମ୍ବାର ଅଭିଯୋଗ କରିବା ସ୍ୱତେ କୌଣସି ପଦକ୍ଷେପ ନେଉନଥିବା ପଡ଼ା ବାସି ଅଭିଯୋଗ କରିଛନ୍ତି । ତେବେ ସରକାର ଦିନକୁ ଦିନ ଅନେକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି ତାହାର ବିପରୀତ । ଅଭିଯୋଗ କରିବା ସତ୍ତ୍ଵେ ସରପଞ୍ଚ କିମ୍ବା ପଞ୍ଚାୟତ ନିର୍ବାହୀଅଧିକାରୀ କିଛିପଦକ୍ଷେପ ନେଉନଥିବା ବୋଲି ପଡା ବାସି ଅଭିଯୋଗ କରିଛନ୍ତି ସେହିପରି ମାଲିସିରା ପଞ୍ଚାୟତ କାର୍ଯ୍ୟାଳୟର କିଛି ଦୁରରେ ମଧ୍ୟ୍ୟ ସେହିଭଳି ଅବସ୍ଥାରେ ନଳକୂପ ଥିବାର ଦେଖିବାକୁ ମିଳିଛି ଯଦି ପଞ୍ଚାୟତ ସମ୍ମୁଖ ରେ ଏହୀ ଭଳି ଦୃଶ୍ୟ ଦେଖିବାକୁ ମିଳୁଛି, ତାହାହେଲେ ଅନ୍ୟ ଜାଗା ର କଥା ଛାଡ଼ନ୍ତୁ। ଏ ବିଷୟରେ ସରପଞ୍ଚ ଙ୍କୁ ଯୋଗା ଯୋଗ କରିବାରୁ ଯୋଗା ଯୋଗ ହେଇ ପାରିଲା ନାହିଁ।ଏହି ବିଷୟରେ ଆର ଡବ୍ଲୁ ଏସ ଏସ ଯେଇକୁ ପଚାରିବାରୁ ମୁଁ ମାଲିସିରା ପଞ୍ଚାୟତରକୁ ଯାଇ ଅନୁଧ୍ୟାନ କରିବି ତାପରେ ପଦକ୍ଷେପ ନେବି ବୋଲି ସୂଚନା ଦେଇଛନ୍ତି ।
Tags

