ସିନାପାଲି ବ୍ଲକ୍ କେନ୍ଦୁମୁଣ୍ଡା କ୍ଲଷ୍ଟରରେ ‘ସୁରଭୀ ଶିଶୁ ମହୋତ୍ସବ’ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ

ଆଜତକ ଓଡ଼ିଶା
0


ସିନାପାଲି, ୧୦ ଡିସେମ୍ବର : ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ୍ ଅନ୍ତର୍ଗତ କେନ୍ଦୁମୁଣ୍ଡା କ୍ଲଷ୍ଟରର ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦୁମୁଣ୍ଡା ପରିସରରେ ଆଜି ବହୁ ସ୍ଫୁର୍ତ୍ତି, ଆନନ୍ଦ ଓ ଉତ୍ସାହର ମଧ୍ୟରେ “ସୁରଭୀ ଶିଶୁ ମହୋତ୍ସବ” ଅନୁଷ୍ଠିତ ହୋଇଛି। କ୍ଲଷ୍ଟର ସମନ୍ବୟକାରୀ ମହେନ୍ଦ୍ର ବାଗଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଆୟୋଜିତ ଏହି ମହୋତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିଶୁମାନେ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ କରି ମହୋତ୍ସବକୁ ମଧୁରତାରେ ପୁର୍ଣ୍ଣ କରିଥିଲେ। ମୁଖ୍ୟ ଅତିଥି ଭାବେ BEO ସିନାପାଲି ଯତୀନ କୁମାର ସେଥ, ଏବଂ ମୁଖ୍ୟ ବକ୍ତା ଭାବେ ABEO ପ୍ରଦୀପ କୁମାର ପଣ୍ଡା ଉପସ୍ଥିତ ହୋଇ ଶିକ୍ଷାର ଗୁଣାତ୍ମକ ଉନ୍ନତି, ଶିଶୁମାନଙ୍କ ସକ୍ଷମତା ବିକାଶ ଓ ସହପଠନ ମାଧ୍ୟମରେ ଗଢ଼ିଉଠୁଥିବା ସୃଜନଶୀଳତା ବିଷୟରେ ଉଦ୍ବୋଧନ କରିଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ କେନ୍ଦୁମୁଣ୍ଡା ସରପଞ୍ଚ ମଦନ ଦଣ୍ଡସେନା, ପ୍ରଧାନ ଶିକ୍ଷକ ପୂର୍ଣ୍ଣାନନ୍ଦ ନାୟକ, ପୂର୍ବତନ CRCC ଦିବ୍ୟରଞ୍ଜନ ପାଢ଼ୀ, CRCC ନୀଳଜୀ ବାଲାଜୀ ହରିଜନ, CRCC ଭରୁଆମୁଣ୍ଡା ରାଧେଶ୍ୟମ ସୁନାନୀ, CRCC ବାବନିଗୁଡା ଦୁର୍ୟୋଧନ ମାଝୀ, ସହିତ କ୍ଲଷ୍ଟର ଅଧ୍ୟକ୍ଷ ମହେନ୍ଦ୍ର ବାଗ, ଅନ୍ୟାନ୍ୟ CRCC ଓ ସମସ୍ତ ଶିକ୍ଷକ-ଶିକ୍ଷିକାମାନେ ଉପସ୍ଥିତ ହୋଇ ଶିଶୁମାନଙ୍କୁ ପ୍ରୋତ୍ସାହନ ଜଣାଇଥିଲେ। ମଞ୍ଚ ପରିଚାଳନା ମାତିଲାଲ ବାଗ ନିଖୁତ ଭାବରେ କରିଥିଲେ । ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ପ୍ରତି ଦେଖାଗଲା ବ୍ୟାପକ ଉତ୍ସାହ ମହୋତ୍ସବରେ ଶିଶୁମାନେ ଏକାଧିକ ସୃଜନଶୀଳ ଓ ଜ୍ଞାନମୂଳକ ପ୍ରତିଯୋଗିତା —ବକ୍ତୃତା, ଗୀତ, ଚିତ୍ରାଙ୍କନ, ହସ୍ତାକ୍ଷର, ପରିଚ୍ଛେଦ ଲେଖନ, ଗଣିତ କ୍ବିଜ୍, ଗଣିତ ରେସ୍, PM ପୋଷଣ, ଆର୍ଟ ଏଣ୍ଡ କ୍ରାଫ୍ଟ ଇତ୍ୟାଦିରେ ଭାଗ ନେଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ବିଭିନ୍ନ ଶ୍ରେଣୀରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ସର୍ଟିଫିକେଟ, ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସମଗ୍ର ଆୟୋଜନରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଏକତ୍ରିତ ଭାବେ ସହଯୋଗ କରିଥିଲେ। ଶେଷରେ ବିଦିତ ନାରାୟଣ ସିପ୍ରା ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ୟକ୍ରମର ସମାପନ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default