ମୁରିବାହାଲ, ୧୯। ୧୨ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଲେବଡା ପିଏମଶ୍ରୀ ପାଟଣେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନଶିକ୍ଷକ ଦୁତିବାହନ ମୁନା ଙ୍କ ସଭାପତିତ୍ୱରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅଥିତି ରୂପେ ଲେବଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ହାତୀ ଯୋଗଦେଇ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡମ୍ବରୁଧର ମାଝୀ ଯୋଗଦେଇଥିଲେ । ଗତ ତିନିଦିନ ଧରି ଚାଲିଥିବା ଏହି କ୍ରୀଡା ମହୋତ୍ସବ ଲେବଡା ହାଇସ୍କୁଲ ର ବରିଷ୍ଠ ଖେଳ ଶିକ୍ଷକ କୁବେରଲାଲ ବେହେରା ସୁଚାରୁରୂପେ ପରିଚାଳନା କରିଥିଲେ। ବରିଷ୍ଠ ଓ କନିଷ୍ଠ ବିଭାଗ ରେ ୪୦୦ଜଣ ଛାତ୍ରଛାତ୍ରୀ ୮୦ ଗୋଟି ପ୍ରତିଯୋଗିତାରେ ଉତ୍ସାହର ସହିତ ଭାଗ ନେଇଥିଲେ।ପରିଶେଷରେ କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
ଲେବଡା ପିଏମଶ୍ରୀ ପାଟଣେଶ୍ୱରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ
Friday, December 19, 2025
0

Tags