ନୁଆପଡ଼ା ୦୯/୧୨ (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ଥାନାକୁ ଆଜି ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ଚାରି ଜଣିଆ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଆବାହାକ ତଥା ବିଜେପି ର ବରିଷ୍ଠ ନେତା ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ଵ ରେ ଲଖନା ପୁରୁଣା ବସ୍ତି ଗ୍ରାମ ର ଦାଦନ ଶ୍ରମିକ ସ୍ୱର୍ଗତ ବାଞ୍ଛାନିଧି କୈବର୍ତ୍ତ ର ସନ୍ଦେହ ଜନକ ମୃତ୍ୟୁ ଉପରେ ତାଙ୍କ ଘରକୁ ଓ ଲଖନା ଥାନା କୁ ଯାଇ ଘଟଣା ର ଅନୁସନ୍ଧାନ କରିଥିଲେ। ଘଟଣାକ୍ରମ ରୁ ପ୍ରକାଶ ଯେ, ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତ ଗତ ସୋମବାର ଦିନ ଝରନି ଗାଁ ର ଦାଦନ ସର୍ଦ୍ଦାର ଅରମାନ ଖାଁ ଙ୍କ ଠାରୁ ତିରିଶ ହଜାର ଟଙ୍କା ଅଗ୍ରୀମ ନେଇ ଇଟା ଭାଟି କୁ ଯିବା ପାଇଁ କଣ୍ଟାବାଞ୍ଜି କୁ ଯାଇଥିଲେ ଓ ଫୋନ ଯୋଗେ ତାଙ୍କ ସ୍ତ୍ରୀ ଙ୍କୁ ସୂଚନା ଦେଇଥିଲେ କି ସେ ଠିକଠାକ ଭାବେ ପହଂଚିଛନ୍ତି। ଦୁଇ ତିନି ଦିନ ଭିତରେ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ବାହାରିବେ। ଦୁଇ ଦିନ ପରେ ତାଙ୍କ ସ୍ତ୍ରୀ ଙ୍କ ପାଖକୁ ଖବର ଆସିଲା ଯେ, ତାଙ୍କ ସ୍ଵାମୀ ଙ୍କ ମୃତ ଶରୀର କଣ୍ଟାବାଞ୍ଜି ଷ୍ଟେସନ ପାଖରେ ରେଳ ଧାରଣା କଡ଼ରେ ମିଳିଛି, ଜି ଆର ପି ପୋଲିସ୍ ମୃତ ଶରୀର କୁ ପୋଷ୍ଟମର୍ଟମ୍ ପାଇଁ ଟିଟିଲାଗଡ ନେଇଛନ୍ତି। ତାଙ୍କ ସ୍ତ୍ରୀ ଖବର ପାଇଲା ପରେ ତାଙ୍କ ସ୍ବାମୀ ଙ୍କୁ ହତ୍ୟା କରାଯାଇଛି, ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଲଖନା ଥାନା ରେ ଏତଲା ଦାୟର କରିଥିଲେ। କାଲି ସ୍ୱର୍ଗତ ବାଞ୍ଛାନିଧି ଙ୍କ ମୃତ ଶରୀର ଗାଁ କୁ ପହଞ୍ଚିଲା ପରେ ଗ୍ରାମବାସୀ କୁରୁମପୁରୀ ଠାରେ ଏନ ଏଚ ୩୫୩ ଅବରୋଧ କରି କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଦାବୀ କରିଥିଲେ। ଆଜି ଶ୍ରୀ ଯଦୁମଣି ପାଣିଗ୍ରାହୀ ମହାସଂଘ ର ପ୍ରତିନିଧି ମଣ୍ଡଳୀ ଙ୍କ ସହିତ ଲଖନା ଥାନାଧିକାରୀ ଶ୍ରୀ ରଞ୍ଜନ କୁମାର ନାୟକ ଙ୍କ ସହିତ କାର୍ଯ୍ୟନୁଷ୍ଠାନ ଉପରେ ଆଲୋଚନା କରିଥିଲେ। ଟିଟିଲାଗଡ଼ ଜି ଆର୍ ପି ପୋଲିସ ୟୁ ଡି କେଶ ନମ୍ୱର 62/2025 ଦ୍ବାରା ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି, ଏବଂ ଏଥିପାଇଁ ଲଖନା ଥାନା ତତଫରୁ ଯାହା ସାହାଯ୍ୟ ସହଯୋଗ ଦରକାର ଆମେ ଯୋଗେଇଦେବୁ ବୋଲି ଶ୍ରୀ ନାୟକ ପ୍ରକାଶ କରି ଥିଲେ। ଦାଦନ ସର୍ଦ୍ଦାର ଓ ଦଲାଲ୍ ମାନ ଙ୍କ ଦାଦାଗିରି ,ଦୌରାତ୍ମ୍ୟ ଓ ଅତ୍ୟାଚାର ଶ୍ରମିକ ମାନଙ୍କ ଉପରେ ଦିନ କୁ ଦିନ, ବଢ଼ିଚାଲିଛି, ଏ ଘଟଣା ରେ ଉପଯୁକ୍ତ ତଦନ୍ତ କରି,ଉଦାହରଣ ଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ପାଣିଗ୍ରାହି ଦାବୀ କରିଥିଲେ। ପରେ ଶ୍ରୀ ଯଦୁମଣି ପାଣିଗ୍ରାହୀ ଜିଲ୍ଲା ଶ୍ରମ ଅଧିକାରୀ, ଖରିଆର୍ ରୋଡ଼,ଜିଲ୍ଲାପାଳ ନୂଆପଡା, ପୋଲିସ୍ ଏସ ପି ନୂଆପଡା ଙ୍କ ସହିତ ଫୋନ୍ ଯୋଗେ ବାଞ୍ଛାନିଧି ଙ୍କ ସନ୍ଦେହ ଜନକ ମୃତ୍ୟୁ ଉପରେ ଓ ତାଙ୍କ ନିଃସହାୟ ତଥା ନିସନ୍ତାନ ସ୍ତ୍ରୀ ବିଞ୍ଚି ଦେବୀ ଙ୍କ କ୍ଷତି ପୂରଣ ଓ ଭରଣ ପୋଷଣ ଉପରେ ଫୋନ ଯୋଗେ କଥା ହେଇଥିଲେ।ଆଜି ସକାଳୁ ସ୍ଥାନୀୟ ଆର୍ ଆଇ ଜିଲ୍ଲା ରେଡକ୍ରସ ପାଣ୍ଠି ରୁ କୋଡ଼ିଏ ହଜାର ଟଙ୍କା ଓ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଥିଲା। ଜିଲ୍ଲା ଶ୍ରମ ନିରୀକ୍ଷକ ଶ୍ରୀ ପଣ୍ଡା ମଧ୍ଯ ଘଟଣା ସ୍ଥଳ ରେ ପହଞ୍ଚି ଅନୁସନ୍ଧାନ କରି ଉଚ୍ଚ ଅଧିକାରୀ ଙ୍କୁ ରିପୋର୍ଟ ପ୍ରଦାନ କରିବେ ଵୋଲି ପ୍ରକାଶ କରିଥିଲେ।ନୂଆପଡା ଜିଲ୍ଲା ର ଦାଦନ ଦୁଃଖ ଓ ଦୁଃର୍ଦ୍ଦଶା ଉପରେ ମହାସଂଘ ର ଏକ ପ୍ରତିନିଧି ମଣ୍ଡଲୀ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ ଆଲୋଚନା କରିବା ପାଇଁ ଯିବ ଓ ଏହାର ସ୍ଥାୟୀ ସମାଧନ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହା ସହ ଜିଲ୍ଳାର ପ୍ରାୟ ଗ୍ରାମରେ ଦାଦନ ସର୍ଦ୍ଦାର ଓ ଦଲାଲ ମାନେ ଅର୍ଥ ଲାଳସା ଦେଖାଇ ଶ୍ରମିକ ମାନଙ୍କୁ ଚାଲାଣ କରିବା ପାଇଁ ବୁଲୁଥିବା ସୂଚନା ମିଳିଛି। ଏହାର ଆଶୁ ସମାଧାନ ପାଇଁ ପ୍ରତି ପଂଚାୟତ ରେ ଜଣେ ଜଣେ ଶ୍ରମିକ ସୁରକ୍ଷା ଦାୟିତ୍ୱ ରେ କର୍ମଚାରୀ ନିଯୁକ୍ତି ଓ ପ୍ରଶାସନ କୁ ରିପୋର୍ଟ ପ୍ରଦାନ କଲେ ଦଲାଲ ଓ ସର୍ଦ୍ଦାର ମାନଙ୍କୁ ଚିହ୍ନଟ ହୋଇ ପାରିବ ବୋଲି ଧରୁଆ ପ୍ରକାଶ କରିଥିଲେ।ଏହି ପ୍ରତିନିଧି ମଣ୍ଡଳୀ ରେ ସମାଜସେଵୀ ଶ୍ରୀଭକ୍ତବଂଧୁ ଧରୁଆ, ସୁଖ ଦେବ୍ ସାହୁ, ଅନିରୁଦ୍ଧ ନାଗ, ଦର୍ଶନ ଜିଲ୍ଲା ପ୍ରତିନିଧି ଦିଲୀପ ଦଳପତି, କୋମନା ବ୍ଲକ ପ୍ରତିନିଧି ତେଜୁରାମ ନାଏକ ଓ ଅନ୍ୟମାନେ ସାମିଲ ହୋଇଥିଲେ।
ଦାଦନ ସର୍ଦ୍ଦାର ଓ ଦଲାଲମାନଙ୍କ ଦୌରାତ୍ମ୍ୟ ବଢିବା ଯୋଗୁଁ ଶ୍ରମିକମାନଙ୍କ ମୃତ୍ୟୁ ହେଉଛି, ଜିଲ୍ଲା ପ୍ରଶାସନକୁ ଏହାର ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ
Tuesday, December 09, 2025
0

Tags