ଧର୍ମଗଡ : ଧର୍ମଗଡ଼ ବ୍ଲକ କାଙ୍କେରୀ ଗ୍ରାମପଞ୍ଚାୟତ କାଙ୍କେରି ତିନି ନମ୍ବର ୱାର୍ଡ ରାସ୍ତାର ଡିମାରକେସନ ତଥା ଜବର ଦଖଲ ଉଚ୍ଛେଦ ପାଇଁ ଆଜି ଗ୍ରାମବାସୀ ତହସିଲଦାର କୀର୍ତ୍ତିଚନ୍ଦ୍ର ପଧାନ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ କାଙ୍କେରୀ ଗାଁ ରାସ୍ତାରେ ଦିନକୁ ଦିନ ଲୋକେ ଘର, ବାଡ଼, ପିଣ୍ଡା ସବୁ ନିର୍ମାଣ କରୁଥିବାରୁ ଗ୍ରାମ୍ୟରାସ୍ତା ସଂକୁଚିତ ହେବାରେ ଲାଗିଛି। ବିଭିନ୍ନ ସମୟରେ ଗାଁ ଭିତରକୁ ଦମକଳ ଗାଡ଼ି, ଆମ୍ବୁଲାନ୍ସ ଯାଇପାରୁନାହିଁ । ଅନେକ ସମୟରେ ରୋଗୀଙ୍କୁ କାନ୍ଧରେ ବୋହି ମୁଖ୍ୟରାସ୍ତାରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି। ଦାବୀପତ୍ର ପ୍ରଦାନ ସମୟରେ ସମାଜସେବୀ ଅପରେସ ସ୍ୱାଇଁ ସମେତ ମା ଡୁମେରମୁଡେନ ଯୁବକ ସଂଘ ସଭାପତି ମହେଶ୍ବର ସୁନାନୀ,ଦିଲୀପ ବାଗ, ଶିବା ସାଗର, ଆକାଶ ତାଣ୍ଡି, ହରିରାଲ ଜଗତ, ଚଖିତ ଜଗତ ସମାଜସେବୀ ଅଙ୍କିତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ସଂକୁଚିତ କାଙ୍କେରୀ ଗ୍ରାମ୍ୟ ରାସ୍ତା ଡିମାରକେସନ ତଥା ଜବର ଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ
Tuesday, December 09, 2025
0
