ସିନାପାଲିରେ ଅନ୍ତର୍ଜାତୀୟ ଦିବ୍ଯାଙ୍ଗ ଦିବସ ପାଳିତ

ଆଜତକ ଓଡ଼ିଶା
0

ନୂଆପଡ଼ା,୦୪/୧୨:ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠି ଶିକ୍ଷା କାର୍ଯ୍ଯାଳୟ ତରଫରୁ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ସ୍ଥାନୀୟ ଉଚ୍ଚ ବିଦ୍ଯାଳୟ ପରିସରରେ ପାଳିତ ହୋଇଛି । ଏ ଅବସରରେ ଏବିଇଓ ପ୍ରଦୀପ କୁମାର ପଣ୍ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ପୂର୍ବତନ ସିଆରସିସି ଖଗେଶ୍ବର ନିଆଲ ଓ ମୁଖ୍ଯବକ୍ତା ଭାବରେ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସିଆରସିସି ପ୍ରଦୀପ କୁମାର ନାୟକ, ଭକ୍ତବନ୍ଧୁ ଧାକଡ଼ ଯୋଗ ଦେଇ ଅନ୍ତର୍ଜାତୀୟ ଦିବ୍ଯାଙ୍ଗ ଦିବସ ପାଳନର ଉଦ୍ଦେଶ୍ଯ ବିଷୟରେ ନିଜନିଜ ମତ ରଖିଥିଲେ ା ଶିକ୍ଷକ ପଦ୍ମଲୋଚନ ନାୟକ ସଭାମଂଚ ପରିଚାଳନା କରିଥିଲେ ା ଏହି ଅବସରରେ ଦିବ୍ଯାଙ୍ଗଙ୍କ ମଧ୍ଯରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତଙ୍କୁ ସମ୍ମାନପତ୍ର ସହ ପୁରସ୍କୃତ କରାଯାଇଥିଲା ା ବିଆରଟି ମହେଶ୍ବର ପ୍ରଧାନଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ଯକ୍ରମର ଶେଷରେ ଶିକ୍ଷକ ଦିପକ କୁମାର ସା ଧନ୍ଯବାଦ ଦେଇଥିଲେ ା କାର୍ଯ୍ଯକ୍ରମ ଆୟୋଜନରେ ଶିକ୍ଷକ ତୋଫାନ ଭୋଇ, ନରେଶ ସା, ଆଇଇଭି ଗୋଲାପି ଜଗତ, ନରେଶ ସୁନାନୀ, ଖଗେଶ୍ବର ସା, ଜିତେଂଦ୍ର କୁମାର ମେହେର ପ୍ରମୁଖ ସହଯୋଗ କରିଥିଲେ ା

Post a Comment

0 Comments

Please Select Embedded Mode To show the Comment System.*

3/related/default